fbpx

ଓମିକ୍ରନ ଟେଷ୍ଟ କିଟ୍ କୁ ଡିସିଜିଆଇର ମଞ୍ଜୁରୀ: ୪ ଘଣ୍ଟାରେ ଜଣାପଡ଼ିବ ରେଜଲ୍ଟ

ନୂଆଦିଲ୍ଲୀ: ଏଣିକି ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପାଇଁ ଦରକାର ପଡ଼ିବନି ଜିନମ ସିକ୍ୟୁଏନସିଂ । କାରଣ ଓମିକ୍ରନ  ଚିହ୍ନଟ ପାଇଁ ବିକଶିତ ହୋଇଛି ଟେଷ୍ଟ କିଟ୍ । ଯାହାର ନାମ ରହିଛି ‘ଓମିସିଓର’ ଓମିକ୍ରନକୁ ଚିହ୍ନଟ କରୁଥିବା ଆରଟି-ପିସିଆର ଟେଷ୍ଟ କିଟ୍ ବିକଶିତ ହୋଇଛି । ଟାଟା ଏମଡି ଓ ଆଇସିଏମଆର ମିଳିତ ଉଦ୍ୟମରେ ବିକଶିତ ହୋଇଛି ଏହି ଟେଷ୍ଟ କିଟ୍  । ଏହା ସହ କିଟ୍ କୁ ମଞ୍ଜୁରୀ ଦେଇଛି ଡିସିଜିଆଇ । ଏହି ନୂଆ ବିକଶିତ କିଟ୍ ୪ ଘଣ୍ଟା ମଧ୍ୟରେ ରେଜଲ୍ଟ ଜଣାଇବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ ।

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଭାରତରେ ମଧ୍ୟ ଏହି ଭାରିଆଣ୍ଟ ଦ୍ରୁତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ଭାରତରେ ୨୧୩୫ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଯେଉଁଥିରୁ ୮୨୮ ଜଣ ବିଦେଶ ଫେରନ୍ତା ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ସର୍ବାଧିକ ୬୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ବୃଦ୍ଧି ପାଇଛି ଓମିକ୍ରନ ବୁଧବାର ରାଜ୍ୟରେ ୨୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି ।

Get real time updates directly on you device, subscribe now.