fbpx

ଦେଶରେ ପ୍ରଥମ ଓମିକ୍ରନ ମୃତ୍ୟୁ: ଡିସେମ୍ବର ୧୫ରେ ହୋଇଥିଲେ କୋଭିଡ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଓମିକ୍ରନରେ ଆକ୍ରାନ୍ତଙ୍କ ମୃତ୍ୟୁ । ଓମିକ୍ରନ ଆକ୍ରାନ୍ତ ମୃତ ରାଜସ୍ଥାନର ସୂଚନା । ପ୍ରଥମ ଓମିକ୍ରନ ମୃତ୍ୟୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

ସୂଚନା ଅନୁଯାୟୀ, ଡିସେମ୍ବର ୧୫ରେ ରାଜସ୍ଥାନ ଉଦଏପୁରର ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କୁ କୋଭିଡ ପଜିଟିଭ ହୋଇଥିଲେ । ତାଙ୍କ ଠାରେ ଜ୍ୱର, ଥଣ୍ଡା, କାଶ ଭଳି ଲକ୍ଷଣ ଥିଲା ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ତେବେ ଜିନୋମ ସିକ୍ୱେନସିଂ ପରେ ତାଙ୍କୁ ଓମିକ୍ରନ ହୋଇଥିବା ଜଣାପଡ଼ିଥିଲା । ଡିସେମ୍ବର ୩୧ ରେ ଓମିକ୍ରନ ଯୋଗୁଁ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଭାରତରେ ୨୧୩୫ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଯେଉଁଥିରୁ ୮୨୮ ଜଣ ବିଦେଶ ଫେରନ୍ତା ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ସର୍ବାଧିକ ୬୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.