ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଟିକା, ମେଡିସିନ୍ ଆଦି ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଭାରତ ବାୟୋଟେକ୍ କହିଛି ଯେ, କୋଭାକ୍ସିନ୍ ଟିକା ନେବା ପରେ ପାରାସିଟାମଲ୍ କିମ୍ବା କୌଣସି ପେନ୍ କିଲର୍ ନେବା ଜରୁରୀ ନୁହେଁ । କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନ ଅନୁସାରେ, “କିଛି ଟିକାକରଣ କେନ୍ଦ୍ରରେ ପିଲାମାନଙ୍କ ଟିକାକରଣ କରାଯାଉଛି । ସେଠାରେ କୋଭାକ୍ସିନ୍ ଡୋଜ୍ ଦିଆଯିବା ପରେ ପାରାସିଟାମଲ୍ ର ୫୦୦ ଏମଜି ର ତିନିଟି ଟାବଲେଟ୍ ନେବାକୁ କୁହାଯାଉଛି । କିନ୍ତୁ ଆମ ତରଫରୁ କୋଭାକ୍ସିନ୍ ଟିକା ଦିଆଯିବା ପରେ ପାରାସିଟାମଲ୍ ଦିଆଯିବାକୁ ପରାମର୍ଶ ଦିଆଯାଉ ନାହିଁ” ।
ଖାଲି ସେତିକି ନୁହେଁ କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, “କୌଣସି ଅଲଗା ଭାକସିନ୍ ସହିତ ପାରାସିଟାମଲ୍ ନେବାକୁ କୁହାଯାଉଛି କିନ୍ତୁ କୋଭାକ୍ସିନ୍ ପାଇଁ ନୁହେଁ” । ଏତଦବ୍ୟତୀତ, କମ୍ପାନୀ କହିଛି ଯେ, ଭାକସିନର କ୍ଲିନିକାଲ୍ ଟ୍ରାଏଲ୍ ସମୟରେ ୩୦ ହଜାର ଜଣଙ୍କ ମଧ୍ୟରୁ ୧୦ରୁ ୨୦ ପ୍ରତିଶତ ଲୋକଙ୍କ ଠାରେ ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଥିଲା । ଅଧିକାଂଶ ପାଶ୍ୱର୍ ପ୍ରତିକ୍ରିୟା ଖୁବ୍ ଆଂଶିକ ଥିଲା । ଯାହାକି ଗୋଟିଏ ଦିନରେ ଠିକ୍ ହୋଇଯାଇଥିଲା, କୌଣସି ପ୍ରକାର ମେଡିସିନ୍ ର ଆବଶ୍ୟକତା ପଡ଼ିଲା ନାହିଁ ।