fbpx

ଫେବ୍ରୁଆରି ୩ ସୁଦ୍ଧା ଚରମକୁ ଛୁଇଁପାରେ କୋଭିଡର ୩ୟ ଲହର

ନୂଆଦିଲ୍ଲୀ: ଭାରତରେ ଆଗାମୀ ଦିନ ଗୁଡ଼ିକରେ କୋଭିଡ୍‌-୧୯ ମାମଲା ପ୍ରବଳ ଭାବେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ବିଶେଷଜ୍ଞମାନଙ୍କ ମତରେ ଏହି ଲହର ମଧ୍ୟ ଅଳ୍ପ କାଳ ସ୍ଥାୟୀ ରହିବ । ହେଲେ ପ୍ରଥମ ଓ ଦ୍ବିତୀୟ ଲହର ପରି ଏହା ସେତେ ମାରାତ୍ମକ ହେବ ନାହିଁ । କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ମତରେ ଡିସେମ୍ବର ଶେଷ ସପ୍ତାହରୁ ନୂଆ ସଂକ୍ରମଣରେ ବୃଦ୍ଧି ଘଟିବା ଆରମ୍ଭ ହୋଇଛି ।

ଆଇଆଇଟି-କାନପୁରର ଏକ ଅନୁଧ୍ୟାନ ଅନୁସାରେ କୋଭିଡ୍-୧୯ର ୩ୟ ଲହର ଫେବ୍ରୁଆରି ୩ ସୁଦ୍ଧା ଚରମକୁ ଛୁଇଁପାରେ । ନ୍ୟାସନାଲ କୋଭିଡ୍-୧୯ ସୁପରମଡେଲ କମିଟିର ପୂର୍ବାନୁମାନ ଅନୁସାରେ ୨୦୨୨ ପ୍ରାରମ୍ଭରେ ଲହର ଶିଖର ଛୁଇଁବ । ଭାରତରେ ଓମିକ୍ରନ୍ ଡେଲ୍‌ଟାର ସ୍ଥାନ ନେବା ଆରମ୍ଭ କରିବା ପରେ ଦୈନିକ ସଂକ୍ରମଣରେ ଯଥେଷ୍ଟ ବୃଦ୍ଧି ଘଟିଛି । ଏଭଳି ସ୍ଥିତିରେ ଆଉ କେତେକ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଭାରତରେ ଓମିକ୍ରନ୍‌ ସଂକ୍ରମଣ ଜାନୁଆରି ଶେଷ ସୁଦ୍ଧା ଶୀର୍ଷ ଛୁଇଁବ । ସମ୍ପ୍ରତି ଅଧିକାଂଶ ଦେଶରେ ଓମିକ୍ରନ୍ ଯୋଗୁ କୋଭିଡ୍‌-୧୯ର ଚତୁର୍ଥ ଲହର ଦେଖିବାକୁ ମିଳୁଛି । ଆମେରିକା ଓ ଇଂଲଣ୍ଡରେ ଓମିକ୍ରନ୍ ଡେଲ୍‌ଟାର ସ୍ଥାନ ନେଇ ମୁଖ୍ୟ ଭାରିଆଣ୍ଟରେ ପରିଣତ ହୋଇଛି।

Get real time updates directly on you device, subscribe now.