fbpx

ସୌରଭ ଗାଙ୍ଗୁଲିଙ୍କ ଝିଅ ସମେତ ପରିବାରର ୪ ଜଣ ସଦସ୍ୟ କୋଭିଡ୍ ପଜିଟିଭ୍

କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ତାଙ୍କ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୪ଜଣଙ୍କ ମଧ୍ୟରେ ତାଙ୍କ ଝିଅ ସନା ଗାଙ୍ଗୁଲି ମଧ୍ୟ ସାମିଲ ରହିଛନ୍ତି । ତେବେ ପରିବାର ସଦସ୍ୟଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଇନାହିଁ । ସେମାନେ ଏବେ ଘରେ ଆଇସୋଲେସନ୍ ରେ ରହିଛନ୍ତି । ସୌରଭଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସୌରଭ ଗାଙ୍ଗୁଲି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ କୋଭିଡ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏହାପରେ ଡିସେମ୍ବର ୩୧ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ତାଙ୍କର ଓମିକ୍ରନ ରିପୋର୍ଟ ନେଗେଟିଭ୍ ଆସିଥିଲା ।

Get real time updates directly on you device, subscribe now.