fbpx

ମୋ ଛୁଆ ମୋର ଅନ୍ତିମ ସଂସ୍କାର କରିବେନି: ମନ୍ଦିରକୁ ୨ କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ୮୫ ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ: ନିଜର ତିନି ତିନି ଜଣ ସନ୍ତାନ କ୍ରିଷ୍ଟିଆନ ଧର୍ମକୁ ଧର୍ମାନ୍ତରିତ ହେବା ପରେ ନିଜର ସମସ୍ତ ସମ୍ପତ୍ତି ଏକ ମନ୍ଦିରକୁ ଦାନ କରିଛନ୍ତି ୮୫ ବର୍ଷୀୟ ବ୍ୟକ୍ତି । ୮୫ ବର୍ଷୀୟ ଏହି ହିନ୍ଦୁ ବ୍ୟକ୍ତି ଜଣଙ୍କ କହିଛନ୍ତି କି ମୋର ଦୁଇ ଝିଅ ଏବଂ ପୁଅ ସମସ୍ତେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ସେମାନେ ହିନ୍ଦୁ ଧର୍ମ ଅନୁସାରେ ମୋର ଅନ୍ତିମ ସଂସ୍କାର କରିବେ କି ନାହିଁ ତାହା ମୋତେ ଜଣାନାହିଁ । ସେହି କାରଣରୁ ନିଜର ୨ କୋଟି ଟଙ୍କାର ସମ୍ପତ୍ତି ମନ୍ଦିରକୁ ଦାନ କରି ଦେଇଛନ୍ତି ଏହି ବ୍ୟକ୍ତି । ଏହି ଘଟଣାଟି ଘଟିଛି ତାମିଲନାଡୁରେ । କାଞ୍ଚିପୁରମରେ ମୁନୁସାମି ଏଭେନ୍ୟୁରେ ରହୁଥିବା ୮୫ ବର୍ଷୀୟ ଭେଲାୟାଥାମ ନିଜର ସମସ୍ତ ସମ୍ପତ୍ତି କୁମାରକୋଟ୍ଟମ ମୁରୁଗନ ମନ୍ଦିରକୁ ଦାନ କରି ଦେଇଛନ୍ତି ।

ତାମିଲନାଡୁରେ ଫୁଡ ଇନ୍ସପେକ୍ଟର ଭାବରେ ଅବସର ନେଇଥିବା ଭେଲାୟାଥାମଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୨୬୮୦ ସ୍କେ୍ୱୟାର ଫୁଟ ହେବ । ଏହାର ସରକାରୀ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ୩ ସନ୍ତାନ କ୍ରିଷ୍ଟିଆନ ଧର୍ମ ଗ୍ରହଣ କରିଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାରର ଦାୟିତ୍ୱ ସେ ମନ୍ଦିରକୁ ପ୍ରଦାନ କରିଛନ୍ତି । ତାଙ୍କର ଦୁଇ ଜଣ ସନ୍ତାନ ତାଙ୍କ ସହିତ ରହୁଥିବା ବେଳେ ତାଙ୍କର ଓ ପତ୍ନୀଙ୍କ ମୃତ୍ୟୁ ପରେ ସମସ୍ତ ସମ୍ପତ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ହାତକୁ ଯିବ ଏବଂ ପିଲା ମାନଙ୍କୁ ଘର ଛାଡିବାକୁ ପଡିବ ବୋଲି ଭେଲାୟାଥାମ କହିଛନ୍ତି ।

Get real time updates directly on you device, subscribe now.