fbpx

ସାଂଘାତିକ ସ୍ଥିତିରେ ସଂକ୍ରମଣ: ବନ୍ଦ ହେଲା ଭିସୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ଅଧିକ ସଂକ୍ରମଣର ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ସଂକ୍ରମଣ ବଢ଼ିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଭିସୁଟ୍ । ୧୮ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ଭିସୁଟ୍ ବନ୍ଦ କରାଯାଇଛି । ତେଣୁ କାଲି ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ୂମଧ୍ୟରେ ୧୭୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ବର୍ଷ ମଧ୍ୟରେ ୪୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟେ ସଙ୍ଗରୋଧ କେନ୍ଦ୍ରରୁ ୧୫୭୯ ଜଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୨୪ ଜଣ ଚିହ୍ନଟ ହୋଇଛନ୍ତି କୋଭିଡ୍ ଆକ୍ରାନ୍ତ ।

Get real time updates directly on you device, subscribe now.