fbpx

ପଞ୍ଜାବରେ ପୁଣି ବିମାନରୁ ଚିହ୍ନଟ ହେଲେ ୧୫୦ ଯାତ୍ରୀ କରୋନା ପଜିଟିଭ

ଅମୃତସର: ପୁଣି ବିମାନରୁ ଚିହ୍ନଟ ହେଲେ ୧୫୦ ଯାତ୍ରୀ । ଇଟାଲୀର ରୋମରୁ ଅମୃତସର ଫେରିଥିବା ବିମାନରେ ପ୍ରାୟ ୨୯୦ ଯାତ୍ରୀ ରହିଥିଲେ । ତେବେ ଚିହ୍ନଟ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଆଇସୋଲେସନକୁ ପଠାଯାଇଥିବାବେଳେ ନେଗେଟିଭ ଆସିଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ।

ଗୁରୁବାର ଇଟାଲୀର ମିଲାନ ସହରରୁ ଫେରିଥିବା ବିମାନ ୱାଇୟୁ-୬୬୧ ରୁ ୧୨୫ କୋଭିଡ ରୋଗୀ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଇଟଲୀ ଆଟ ରିସ୍କ ଦେଶ ତାଲିକାରେ ରହିଥିବାରୁ ସମସ୍ତ ଅନ୍ତାର୍ଜାତୀୟ ବିମାନରେ ଯାତ୍ରା କରୁଥବା ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯାଉଥିବା ନେଇ କହିଛି ଏଏଆଇ ।

Get real time updates directly on you device, subscribe now.