fbpx

ରାଜଧାନୀରେ ଆଜିଠାରୁ ଲାଗୁହେଲା ସପ୍ତାହାନ୍ତ ସଟଡାଉନ୍, ନିୟମ ଉଲଂଘନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋଭିଡ୍-୧୯ ଓ ଏହାର ନୂତନ ଭାରିଆଣ୍ଟ୍ ର ସଂକ୍ରମଣ ଦ୍ରୁତ ଗ୍ରତିରେ ବ୍ୟାପିବାରେ ଲାଗିଛି । ତେଣୁୀ ଏହାକୁ ନଜରରେ ରଖି କେଜ୍ରିୱାଲ୍ ସରକାର ରାଜ୍ୟରେ ସପ୍ତାହାନ୍ତ ସଟଡାଉଟ୍ ଲାଗୁ କରିବା ନେଇ ଘୋଷଣା କରିଥିଲେ । ଏନେଇ ସେ ମଙ୍ଗଳବାର ଦିନ ସୂଚନା ଦେଇଥିଲେ । ଏହି ଆଧାରରେ ଶୁକ୍ରବାର ଦିନ ରାତି ୧୦ଟାରୁ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି । ଏହା ସୋମାର ଦିନ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ଜରୁରୀ ସେବା ବ୍ୟତୀତ ସମସ୍ତ ସରକାରୀ ଅଧିକାରୀ ୱର୍କ ଫ୍ରମ୍ ହୋମ୍ କରିବେ । ଅନ୍ୟପଟେ ଘରୋଇ ଅନୁଷ୍ଠାନ ୫୦ ପ୍ରତିଶତ କର୍ମଚାରୀଙ୍କୁ ୱର୍କଫ୍ରମ୍ ହୋମ୍ କରାଇବେ । ତେବେ ଏହି କର୍ଫ୍ୟୁ ସମୟରେ ଯଦି କୌଣସି ବ୍ୟକ୍ତି ନିୟମ ଉଲଂଘନ କରୁଛି ତେବେ ତା ବିରୋଧ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ସଂକ୍ରମଣ ଦିନକୁ ଦିନ ରେକର୍ଡ କରୁଛି । ଗୁରୁବାର ଦିନ ଏଠାରେ ୧୫ ହଜାରରୁ ଅଧିକ କରୋନା ମାମଲା ସାମନାକୁ ଆସିଥିଲା ।

 

Get real time updates directly on you device, subscribe now.