fbpx

ପ୍ରିକସନ୍ ଡୋଜ୍ ପାଇଁ ଦରକାର ନାହିଁ ରେଜିଷ୍ଟ୍ରେସନ୍, ଜାଣନ୍ତୁ କିପରି ମିଳିବ ଟିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୫ ତାରିଖ ଦିନ ୧୫-୧୮ ବର୍ଷର ପିଲାଙ୍କୁ ଟିକା ଓ ୬୦ ବର୍ଷରୁ ଅଧିକ ବର୍ଗର ଲୋକଙ୍କ ପାଇଁ ପ୍ରିକସନ୍ ଡୋଜ୍ ଦିଆଯିବା ନେଇ ଘୋଷଣା କରିଥିଲେ । ଏହା ଅଧୀନରେ ଜାନୁଆରୀ ୩ରୁ କିଶୋରଙ୍କୁ ଟିକା ଓ ଜାନୁଆରୀ ୧୦ ତାରିଖରୁ ୬୦ ବର୍ଷରୁ ଉଦ୍ଧ୍ୱର୍ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ଯୋଦ୍ଧା ଓ ଅନ୍ୟାନ୍ୟ ଲୋକମାନଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବ ବୋଲି ସେ କହିଥିଲେ । ତେବେ ୬୦ ବର୍ଷରୁ ଉଦ୍ଧ୍ୱର୍ର ଲୋକମାନଙ୍କ ପାଇଁ କୌଣସି ରେଜିଷ୍ଟ୍ରେସନ୍ ର ଆବଶ୍ୟକତା ନାହିଁ । ସେମାନେ ବିନା ରେଜିଷ୍ଟ୍ରେସନ୍ ରେ ମଧ୍ୟ ଟିକାକରଣ କେନ୍ଦ୍ରରେ ଯାଇ ଟିକା ନେଇପାରିବେ । ଏଥିରେ ୱାକ୍-ଇନ୍ ର ସୁବିଧା ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରା ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ମାନେ ପ୍ରିକସନ୍ ଡୋଜ୍ ନେବା ପାଇଁ ଯୋଗ୍ୟ ସେମାନେ ଦ୍ୱିତୀୟ ଡୋର ନେବାର ୩୯ ସପ୍ତାହ ପରେ ଅନଲାଇନ୍ ରେ ଆପୋଏଣ୍ଟମେଣ୍ଟ ବୁକ୍ କରିବା ପାରିବେ କିମ୍ବା ସିଧା ଯାଇ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ତେବେ ଆଜି ଠାରୁ ପ୍ରିକସନ୍ ଡୋଜ୍ ପାଇଁ ଯୋଗ୍ୟ ବ୍ୟକ୍ତି ମାନଙ୍କ ପାଇଁ ଅନଲାଇନ୍ ବୁକିଂ ର ସୁବିଧା ଉପଲବ୍ଧ ହୋଇଯାଇଛି । ଏହାପରେ ୧୦ ତାରିଖରେ ପ୍ରିକସନ୍ ଡୋଜ୍ ଦିଆଯିବ ।

 

Get real time updates directly on you device, subscribe now.