fbpx

କେଉଁ ପକ୍ଷ ଠିକ୍, ସୁମିତ ନା ତପସ୍ୱିନୀ: କୋର୍ଟଙ୍କ ଶୁଣାଣି ପରେ କନଫ୍ୟୁଜରେ ଦୁଇ ପକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲା ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇପାରିନାହିଁ । ଗତ ୬ ତାରିଖ ଦିନ ତପସ୍ୱିନୀ ନିଜ ଓକିଲ, ପ୍ରୋଟେକ୍ସନ ଅଧିକାରୀ, ତହସିଲଦାରଙ୍କ ଉପସ୍ଥିତିରେ ନିଜ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ । ତେବେ ସେଦିନ ରାତିରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ନିଜ ଘର ଛାଡ଼ି ଚାଲିଯାଇଥିଲେ । ଏନେଇ ସେ ଏକ ଭିଡିଓ ଶେୟାର କରି ତପସ୍ୱିନୀଙ୍କ ପାଇଁ ନିଜେ ଅସୁରକ୍ଷିତ ଥିବାରୁ ଏପରି କରିଥିବା କହିଥିଲେ । ତେବେ ଅସୁସ୍ଥ ଥିବା ସୁମିତ ଛୁଟିରେ ଥିବା ବେଳେ ସେ ଏବେ କେଉଁଠି ଅଛନ୍ତି ତାଙ୍କର କୌଣସି ଖବର ନାହିଁ । ପୁଣି ଶ୍ୱଶୁର ପ୍ରମୋଦ ଘର ଛାଡ଼ିବା ପରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଏକପ୍ରକାର ପୁରୁଷଶୂନ୍ୟ ହୋଇଯାଇଛି ।

ତପସ୍ୱିନୀ ତାଙ୍କର ସ୍ୱାମୀଙ୍କ ଘରେ ରହିବା ସହ ପ୍ରତ୍ୟେକ ମାସରେ ୧୭ ହଜାର ଟଙ୍କା ତାଙ୍କ ସ୍ୱାମୀ ଦେବେ ବୋଲି ନେଇ କୋର୍ଟଙ୍କ ଅର୍ଡରରେ ଉଲ୍ଲେଖ ଥିଲା । ତେଣୁ ସେ ନ୍ୟାୟ ପାଇଲେ ବୋଲି ତାଙ୍କ ପକ୍ଷ ଖୁସି ମନାଇଥିଲେ । ଅପରପେକ୍ଷ ସୁମିତଙ୍କ ଓକିଲ ଏକ ଭିନ୍ନ ବୟାନ ଦେଇଥିଲେ । କୋର୍ଟଙ୍କ ରାୟରେ ତପସ୍ୱିନୀ ଶ୍ୱଶୁର ଘରେ ରହିବେ ବୋଲି କୌଣସି ଜାଗାରେ ଉଲ୍ଲେଖ ନାହିଁ ବୋଲି ସେ କହିଥିଲେ । ତେଣୁ କୋର୍ଟଙ୍କ ରାୟକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଏକପ୍ରକାର କନଫ୍ୟୁଜନ୍ ସୃଷ୍ଟି ହୋଇଥିଲା । କନଫ୍ୟୁଜନକୁ ଦୂର ନକରି ତାଙ୍କୁ ବୋହୂଙ୍କୁ ତାଙ୍କ ଘରେ ପ୍ରବେଶ କରାଇ ଦିଆଗଲା ବୋଲି ଘର ଛାଡ଼ିବା ପୂର୍ବରୁ ଭିଡିଓରେ ପ୍ରମୋଦ କହିଥିଲେ । ତେଣୁ କୋର୍ଟ ଏହି ମାମଲା ଉପରୁ ପରବର୍ତ୍ତୀ ଶୁଣାଣିରେ ପରଦା ହଟାଇବେ ବୋଲି ସମସ୍ତଙ୍କର ବିଶ୍ୱାସ ।

Get real time updates directly on you device, subscribe now.