fbpx

ଇଣ୍ଟରନେଟରେ ଭାଇରାଲ ହେଉଛି ସବୁଠୁ ଦାମୀ ମିଠା: ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ପର୍ବପର୍ବାଣୀ ହେଉ କିମ୍ବା ବିବାହ ଉତ୍ସବ କିମ୍ବା ଅନ୍ୟ କୌଣସି ଉତ୍ସବ ହେଉ ମିଠା ନହେଲେ କାମ ଚଳେନି । ସବୁବେଳେ ମିଠାର ରହିଛି ଚାହିଦା । ଏମିତିରେ ଯଦି କୌଣସି ମିଠର ଦାମ ଏତେ ଅଧିକ ଶୁଣିଲେ ହୁଏତ ଆପଣ ନାରଜ ହୋଇପାରନ୍ତି । ତେବେ ଏଭଳି ଏକ ଦାମୀ ମିଠା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ମିଠାର ବିଶେଷତ୍ୱ ହେଉଛି ଦାମ । କାରଣ ଏହି ମିଠାର ଦାମ କିଲୋ ପ୍ରତି ରହିଛି ୧୬ ହଜାର ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସହ । ଆପଣ ଭାବୁଥିବେ ଏହି ମିଠାରେ ଏପରି କ’ଣ ରହିଛି ଯେ ଏହାର ଦାମ ଏତେ ଅଧିକ ରହିଛି । ପ୍ରକୃତରେ ଏହି ମିଠା କୌଣସି ସାଧାରଣ ମିଠା ନୁହେଁ ଏହା ଉପରେ ହୋଇଛି ସୁନାକାମ । ଭାଇରାଲ ଏହି ଭିଡିଓରେ ଦୋକାନୀ ଜଣକ ମିଠାରେ ସୁନା ଚଢ଼ାଉଥିବାର ଦେଖାଯାଉଛି । ଭିଡିଓରେ ମିଠା ତିଆରି କରୁଥିବା ଜଣେ ବ୍ୟକ୍ତି ମିଠା ପ୍ରସ୍ତୁତ କରୁଥିବାର ଦେଖାଯାଉଛି, ଯାହା ଦେଖିବାକୁ ଖୁବ୍ ସ୍ୱାଦିଷ୍ଟ ଲାଗୁଛି । ପ୍ରତି ମିଠାରେ ଆପଣଙ୍କୁ ସୁନା ଚଢ଼ାଯାଇଥିବାର ଦେଖିବାକୁ ମିଳିବ । ଚକଚକ୍ କରୁଥିବା ସୁନା ଯେତେବେଳ ମିଠା ଉପରେ ରଖାଯାଉଛି ତାହାର ଆକର୍ଷଣ ଆହୁରି ବଢ଼ିଯାଉଛି । ତେବେ ଏହାର ଦାମ ମିଠାପ୍ରେମୀଙ୍କୁ ହୁଏତ ଖଟ୍ଟା ଲାଗିପାରେ । ଦେଖନ୍ତୁ ଭାଇରାଲ ଭିଡିଓ…

 

View this post on Instagram

 

A post shared by Arjun Chauhan ? (@oye.foodieee)

Get real time updates directly on you device, subscribe now.