fbpx

(Video) ରୋହିତଙ୍କୁ ଟେଷ୍ଟ ଅଧିନାୟକ ଦାୟିତ୍ୱ ଦେବା ମୁଡରେ ନାହିଁ BCCI, ରେସରେ ଏହି ୨ ଜଣ ଖେଳାଳି

ନୂଆଦିଲ୍ଲୀ: ବିରାଟ କୋହଲି ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦରୁ ଓହରିବା ପରେ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କିଏ ହେବ ଦଳର ପରବର୍ତ୍ତୀ ଟେଷ୍ଟ ଅଧିନାୟକ । ପୂର୍ବରୁ ରୋହିତଙ୍କୁ ଟି-୨୦ ଓ ଦିନିକିଆ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ପୁଣି ତାଙ୍କୁ ଟେଷ୍ଟ ଦାୟିତ୍ୱ ଦେବା ସପକ୍ଷରେ ନାହିଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ବିରାଟଙ୍କ ପରେ ରୋହିତଙ୍କୁ ଏହି ଦାୟିତ୍ୱ ଦିଆଯିବ ବୋଲି ଅଧିକାଂଶ କ୍ରୀଡ଼ାପ୍ରେମୀ ଭାବୁଥିଲେ, ମାତ୍ର ତାହାକୁ ଭୁଲ୍ ପ୍ରମାଣିତ କରିପାରେ ବିସିସିଆଇର ରଣନୀତି ।

ଜଣାପଡ଼ିଛି ଯେ, ସିଲେକ୍ଟର୍ସ ଟେଷ୍ଟ ଟିମ୍ ପାଇଁ ଜଣେ ନୂଆ ଅଧିନାୟକ ବାଛିବାକୁ ଚାହୁଁଛନ୍ତି । ତେବେ ଯେଉଁ ଖେଳାଳିଙ୍କ ନାମ ନଜରକୁ ଆସୁଛି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେଏଲ୍ ରାହୁଲ । ବର୍ତ୍ତମାନ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ୱ ରାହୁଲ ତୁଲାଉଥିବାରୁ ତାଙ୍କୁ ଏହି କ୍ଷମତା ମିଳିପାରେ । ସେହିପରି ଅଜିଙ୍କ୍ୟ ରାହାଣେ ଖରାପ ଫର୍ମ କାରଣରୁ ଟିମରେ ସ୍ଥାନ ସୁରକ୍ଷିତ ନେଇ ସଂଘର୍ଷ କରୁଥିବାରୁ ସେ ଏହି ରେସରୁ ବାହାର ହୋଇପାରନ୍ତି । ଏପରିସ୍ଥଳେ ୱିକେଟରକ୍ଷକ ଋଷଭ ପନ୍ତଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇପାରେ । ତେବେ ଏନେଇ ବିଚାରବିମର୍ଶ ପରେ କିଛି ନିଷ୍ପତ୍ତି ନିଆଯାଇପାରେ । ଯଦି ୩ଟି ଯାକ ଫର୍ମାଟରେ ଜଣଙ୍କୁ ଦାୟିତ୍ୱ ଦିଆଯିବ, ତେବେ ରୋହିତ ଏହି ପଦ ସମ୍ଭାଳିବେ । ଅନ୍ୟଥା ଜଣେ ନୂଆ ଚେହେରାଙ୍କୁ ଦାୟିତ୍ୱ ଦିଆଯିବ । ଆସନ୍ତା ଫେବୃଆରୀ ୨୫ରୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେଉଥିବାରୁ ଟେଷ୍ଟ ଅଧିନାୟକ ଚୟନ ପାଇଁ କିଛି ସମୟ ବାକି ରହିଛି । ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ୍ ଖେଳି ସ୍ୱଦେଶ ଫେରିବା ପରେ ନୂଆ ଘୋଷଣା କରିପାରେ ବିସିସିଆଇ ।

Get real time updates directly on you device, subscribe now.