fbpx

କରୋନା ତାଣ୍ଡବ: ଦିନକରେ ବାହାରିଲେ ୨.୫୮ ଲକ୍ଷ ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା ୮ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୫୮ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୬ ଲକ୍ଷ ପାର୍ କରିଛି । ସକ୍ରିୟ ମାମଲା ବା ଆକ୍ଟିଭ୍ କେସ୍ ୧୬ ଲକ୍ଷ ୫୬ ହଜାଅର ୩୪୧ ହୋଇଯାଇଛି । ସେହିପରି ୨୪ ଘଣ୍ଟାରେ ୩୮୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୪୫୧ହୋଇଯାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୫୨ ଲକ୍ଷ ୩୭ ହଜାର ୪୬୧ ଜଣ ଆକ୍ରାନ୍ତ । ୨୪ ଘଣ୍ଟାରେ ୧ ଲକ୍ଷ ୫୧ ହଜାର ୭୪୦ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଟିକା ନେଇଛନ୍ତି ୧୫୭ କୋଟି ୨୦ ଲକ୍ଷ ୪୧ ହଜାର ୮୨୫ । ଦୈନିକ ପଜିଟିଭ୍ ହାର ୧୧୯.୬୫ % ରହିଛି ।

ଏହା ବ୍ୟତୀତ ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୮ ହଜାର ପାର୍ କରିଛି । ଏହି ଭାରିଆଣ୍ଟ ଅତି ସଂକ୍ରାମକ ହୋଇଥିବା ବେଳେ ଦେଶରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୮ ହଜାର ୨୦୯ ହୋଇଯାଇଛି ।

Get real time updates directly on you device, subscribe now.