fbpx
BSKY SKY
BSKY SKY

Oo Antava ଆଇଟମ୍ ନମ୍ବର ପାଇଁ ସାମନ୍ଥା କେତେ ନେଇଛନ୍ତି ଜାଣିଛନ୍ତି, ଜାଣିଲେ ମୁଣ୍ଡରେ ହାତ ଦେବେ (See Video)

BSKY

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ର ‘ଓ ଅନ୍ତାୱା’ ଗୀତରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତେବେ ଏହା ସାମନ୍ଥାଙ୍କ ପ୍ରଥମ ଆଇଟମ୍ ଡ୍ୟାନ୍ସ ନମ୍ବର ହୋଇଥିବା ବେଳେ ଏଥିପାଇଁ ଅଲ୍ଲୁ ତାଙ୍କୁ ମନାଇଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ୍ ମଚାଇଥିବା ବେଳେ ଦର୍ଶକ ଓ କ୍ରିଟିକ୍ସଙ୍କଠାରୁ ଭଲ ରେସପନ୍ସ ମିଳିଛି । ତେବେ ଏହି ୩ ମିନିଟର ଆଇଟମ୍ ସଙ୍ଗ୍ ପାଇଁ ସାମନ୍ଥା କେତେ ରକମ ନେଇଛନ୍ତି ତାହା ଆପଣ ଜାଣିଛନ୍ତି କି? ତାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସାମନ୍ଥା ଉକ୍ତ ଗୀତରେ ଅଭିନୟ ପାଇଁ ପ୍ରଥମରୁ ଅନିଚ୍ଛୁକ ଥିଲେ, ମାତ୍ର ପରେ ସମ୍ମତି ପ୍ରକାଶ କରିଥିଲେ । ତେବେ ସାମନ୍ଥା ଏହି ୩ ମିନିଟିଆ ଭିଡିଓ ପାଇଁ ୫ କୋଟି ଟଙ୍କା ନେଇଛନ୍ତି । ଏହି ଆଇଟମ୍ ଗୀତଟିକୁ କେବଳ ଫ୍ୟାନ୍ସ ନୁହନ୍ତି, ସେଲିବ୍ରେଟିମାନେ ମଧ୍ୟ ବହୁତ ପସନ୍ଦ କରୁଥିବା ଦେଖାଯାଇଛି । ଏହି ଗୀତକୁ ନେଇ ପ୍ରଥମରୁ କିଛି ବିବାଦ ସାମ୍ନାକୁ ଆସିଥିଲା । ଏହି ଗୀତକୁ ଦେବୀ ଶ୍ରୀ ପ୍ରସାଦ କମ୍ପୋଜ୍ କରିଥିବା ବେଳେ ଇନ୍ଦ୍ରାବତୀ ଚୌହ୍ୱାନ କଣ୍ଠ ଦେଇଥିଲେ । ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥଲେ ହଟ୍ କୁଇନ୍ ରଶ୍ମିକା ମନ୍ଦାନା । ଗତ ଡିସେମ୍ବର ୧୭ ତାରିଖରେ ଏହି ଫିଲ୍ମଟି ହଲରେ ରିଲିଜ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ଏହା ୩୦୦ କୋଟିରୁ ଅଧିକ କମାଇ କରିସାରିଲାଣି । ତେବେ ସାମନ୍ଥାଙ୍କ ହଟ୍ ପରଫର୍ମାନ୍ସକୁ ଦର୍ଶକମାନେ ପସନ୍ଦ କରିଥିବା ବେଳେ ଲିରିକ୍ସକୁ ନେଇ କୋର୍ଟରେ ମାମଲା ଦାୟର ହୋଇଥିଲା ।

Get real time updates directly on you device, subscribe now.