fbpx

(Video) ବରଯାତ୍ରୀ ଭଳି ଆସିଲେ, ଗହଣା ଚୋରେଇ ଚାଲିଗଲେ; ସିସିଟିଭିରେ କଏଦ ହେଲା ଭିଡିଓ

ରାଜଧାନୀରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ । କେତେବେଳେ ମେଡିସିନ ଦୋକାନ, କେତେବେଳେ ଜନଗହଳି ସ୍ଥାନ ଆଉ ଏବେ ଲୁଟେରାଙ୍କ ଟାର୍ଗେଟ ବିବାହ ମଣ୍ଡପ । ଅତିଥି ପରି ଆସୁଛନ୍ତି, ମଣ୍ଡପରେ ବୁଲୁଛନ୍ତି, ସୁବିଧା ଦେଖି ଗହଣା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ ମାରୁଛନ୍ତି। ଏପରିକି ଏହି ଗ୍ୟାଙ୍ଗରେ ନାବାଳକ ବି ସାମିଲ ହେଉଥିବାର ନଜରକୁ ଆସିଛି ।

ଗତ ୨୩ ତାରିଖ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଏକ ବିବାହ ଉତ୍ସବରେ ଏପରି ଉପାୟରେ ୨ ଲକ୍ଷର ଗହଣା ନେଇ ଚମ୍ପଟ ମାରିଛି ଅଭିଯୁକ୍ତ । ଗତ ୨୩ ତାରିଖରେ ରାଜଧାନୀର କେସୁରା ଅଞ୍ଚଳ ସ୍ଥିତ ପଲ୍ଲବୀ ମଣ୍ଡପରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବନ୍ଧୁବାନ୍ଧବଙ୍କ ଗହଳି ଜମିଥିବା ବେଳେ ଘର ଅତିଥି ଭଳି ପରି ଏଣ୍ଟ୍ରି କଲେ ୨ ଲୁଟେରା। ପ୍ରଥମେ ଜଣେ ନାବାଳକ ଓ ଏହାର କିଛି ସମୟ ପରେ ପଶିଲେ ଜଣେ ଯୁବକ । ଉଭୟଙ୍କର ବେଶ ପୋଷାକ ଏମିତି ଥିଲା କହିବି ଯେମିତି ସନ୍ଦେହ କରିବେନି । ଉଭୟ ଲୁଟେରା ଗେଷ୍ଟ ଭଳି ସ୍ୱାଭାବିକ ବ୍ୟବହାର କରିଥିଲେ। ଏହାପରେ ସୁବିଧା ଦେଖି ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଲେ। ପରିବାର ଲୋକ ଗହଣା ଖୋଜାଖୋଜି କରିବା ପରେ ସିସିଟିଭି ଫୁଟେଜରୁ ଲୁଟ୍ ସମ୍ପର୍କରେ ଜଣାପଡ଼ିଲା । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.