fbpx

ପରୀକ୍ଷାର୍ଥୀଙ୍କ ପାଇଁ OSSSC ଜାରି କଲା ହେଲପ୍ ଲାଇନ୍ ନମ୍ବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୩୦ ତାରିଖରେ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ମିଳିତ ନିଯୁକ୍ତି ପରୀକ୍ଷା (ସିଆରଇ) ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ଦିନ ସକାଳ ୧୧ଟାରୁ ୨ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର ବିଭିନ୍ନ ସେଣ୍ଟରମାନଙ୍କରେ ପରୀକ୍ଷା କରାଯିବ । ଗ୍ରୁପ-ସିର ମୋଟ ୨୮୪୧ଟି ପଦବୀ ପାଇଁ ପରୀକ୍ଷା ହେବ । ଏହି ଅବସରରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଓଏସଏସଏସସି ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । ଯଦି ପ୍ରାର୍ଥୀଙ୍କର କୌଣସି ଅସୁବିଧା ହୁଏ, ତେବେ ସେମାନେ ଏହି ନମ୍ବର ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି କମିଶନ ତରଫରୁ କୁହାଯାଇଛି ।

ଲିଖିତ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଆଡମିଶନ ଲେଟର www.osssc.gov.in ୱେବସାଇଟରୁ ପ୍ରାର୍ଥୀମାନେ ଡାଉନଲୋଡ୍ କରିପାରିବେ । ୫୨୯ଟି ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର (ଏସଏଫଏସ), ୫୭୬ଟି ଆସିଷ୍ଟାଣ୍ଡ ଇନ୍ସପେକ୍ଟର (ଏଆରଆଇ), ୫୩୮ଟି ଅମିନ, ୮୦୬ଟି ଫରେଷ୍ଟ ଗାର୍ଡ, ୩୯୨ଟି ଏକ୍ସାଇଜ୍ କନଷ୍ଟେବଳ ପଦବୀ ପାଇଁ ପରୀକ୍ଷା କରାଯିବ । ଏହି ବୃହତ୍ ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀମାନେ କୃତକାର୍ଯ୍ୟ ହେବା ପରେ ଶାରୀରିକ ମାନକ ମାପ ପରୀକ୍ଷା ଓ ଶାରୀରିକ ଦକ୍ଷତା ପରୀକ୍ଷା କରାଯିବ ।

Get real time updates directly on you device, subscribe now.