fbpx

ସତରେ କ’ଣ ଆଜି ବି ସୁମିତ ଓ ତପସ୍ୱିନୀଙ୍କ ମଧ୍ୟରେ ପୂର୍ବ ଭଲପାଇବା ଅଛି, ତାହା ସମୟ କହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଚର୍ଚ୍ଚିତ ବିବାଦ ଆଜି ବି ବଳବତ୍ତର ରହିଛି । ମାସ ମାସ ଧରି ଏହି ଘଟଣାରେ ଅନେକ ନୂଆ ନୂଆ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି । ଏହା ମଧ୍ୟରେ ତପସ୍ୱିନୀ ବିଭିନ୍ନ ଘଟଣାକୁ ନେଇ ସୁମିତଙ୍କୁ ଦୋଷାରୋପ କରିଥିବା ବେଳେ ସୁମିତ ମଧ୍ୟ ତପସ୍ୱିନୀଙ୍କୁ ଅନୁରୂପ ଭାବେ ଦୋଷାରୋପ କରିସାରିଛନ୍ତି । ମାମଲା ଏବେ ଏସଡିଜେଏମ କୋର୍ଟରୁ ଯାଇ ହାଇକୋର୍ଟରେ ପହଞ୍ଚି ସାରିଲାଣି । ଉଭୟ ପକ୍ଷ ଆଗତ କରିଥିବା ଏକାଧିକ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଆସନ୍ତା ୮, ୯, ୧୦ରେ ରହିଛି । ପିଟିସନ ସଂଖ୍ୟା ଏତେ ବଢ଼ିଗଲାଣି ଯେ, ଶୁଣାଣି ତାରିଖ ମନେରଖିବା ମଧ୍ୟ କଷ୍ଟକର ହୋଇପଡ଼ିଲାଣି ।

ସୁମିତ ଓ ତପସ୍ୱିନୀ ଉଭୟେ ପରସ୍ପରକୁ ଭଲ ପାଇ କୋର୍ଟ ମ୍ୟାରେଜ୍ କରିଥିଲେ । ସମ୍ପର୍କ ଯୋଡ଼ି ହେବା ଆଶାରେ ଦୁହିଁଙ୍କୁ କୋର୍ଟ ୭ ଦିନ ପାଇଁ ଏକାଠି ରହିବାକୁ କହିଥିଲେ । ମାତ୍ର ତାହା ସଫଳ ହୋଇନଥିଲା । ସୁମିତ ହଠାତ୍ ଫେରାର ହେବା ପରଠାରୁ ପତି-ପତ୍ନୀ ଅଲଗା ହୋଇ ରହିଆସୁଛନ୍ତି । ଏବେ ସୁମିତ ଅସୁସ୍ଥ କାରଣରୁ ଛୁଟିରେ ରହିଥିବା ବେଳେ ତପସ୍ୱିନୀ ସ୍ୱାମୀଙ୍କ ବିନା ଶ୍ୱଶୁର ଘରେ ଏକାକୀ ରହିଛନ୍ତି । ନିକଟରେ ହାଇକୋର୍ଟରେ ମାମଲା ଦାୟର କରିବା ସମୟରେ ସମ୍ପର୍କ ପୁଣି ଯୋଡ଼ି ହୋଇପାରେ ବୋଲି ସୁମିତ କହିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏବେ କ’ଣ ସତରେ ସୁମିତ ଆଉ ତପସ୍ୱିନୀଙ୍କ ମଧ୍ୟରେ ଭଲ ପାଇବା ଅଛି? ସତରେ କ’ଣ ଦୁହେଁ ଆଉ ଥରେ ମିଳିମିଶି ସୁଖର ସଂସାର କରିପାରିବେ? କିନ୍ତୁ ଏକଥା ସତ ଯେ, ଯଦି ଭଲ ପାଇବା ଥାଆନ୍ତା, ସେ କ୍ଷେତ୍ରରେ ଦୁହେଁ ମିଶିବାକୁ ଚେଷ୍ଟା କରନ୍ତେ, ପରସ୍ପର ବିରୋଧରେ ଲଢ଼ୁ ନଥାନ୍ତେ । ତପସ୍ୱିନୀ ଚାହୁଁଛନ୍ତି ଅଲଗା, ସୁମିତ ଚାହୁଁଛନ୍ତି ଅଲଗା । ଜଣେ କହୁଛନ୍ତି ଏକାଠି ରହିବା, ଆଉ ଜଣେ କହୁଛନ୍ତି କହିବା ଡିଭୋସ୍ ଦେବା । ଦିନକୁ ଦିନ କେସର ତାରିଖ ଆଗକୁ ଆଗକୁ ବଢ଼ି ଚାଲିଥିବା ବେଳେ ସମୟ ମଧ୍ୟ ମାଡ଼ି ଚାଲିଛି । ଯେତେବେଳେ ଦୁଇ ପକ୍ଷଙ୍କ ଲକ୍ଷ୍ୟ ଏକ ହେବ ଅର୍ଥାତ ସମାଧାନ, ସେତେବେଳେ ନିଶ୍ଚିତ ଭାବେ ଉଭୟେ ନ୍ୟାୟ ପାରିବେ । ଦୁହିଁଙ୍କ ମଧ୍ୟରେ ଭଲ ପାଇବା ପୂର୍ବରୁ ହୁଏତ ଥିଲା, ମାତ୍ର ଆଜି ଆଉ ନାହିଁ ବୋଧହୁଏ ଏହା କହିଲେ ଠିକ୍ ହେବ ।

Get real time updates directly on you device, subscribe now.