fbpx

ଚଳିତ ବଜେଟ୍ ହେବ ସ୍ପେଶାଲ: ଅର୍ଥମନ୍ତ୍ରୀଙ୍କ ଭାଷଣରେ ଶୁଣିବାକୁ A, B, C, D…..Y, Z ଆଦି ଶବ୍ଦ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ଚତୁର୍ଥ ବଜେଟ୍ ଆଗତ କରିବେ । ତେବ ଚଳିତ ବଜେଟ୍ ନିଶ୍ଚିତ ଭାବେ ଖାସ୍ ରହିବ । କାରଣ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣରେ A, B, C, D….Z ଶୁଣିବାକୁ ମିଳିବ ।

A- ଆନୁଆଲ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ: ବଜେଟ ଦିନ ଅର୍ଥମନ୍ତ୍ରୀ ସଂସଦରେ ପ୍ରାୟ ୧୦ଟି ଦସ୍ତାବିଜ୍ ଆଗତ କରିଥାନ୍ତି । ସେଥିମଧ୍ୟରୁ ଆନୁଆଲ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଏଥିରେ ସରକାର ଆର୍ଥିକ ବର୍ଷ ଅର୍ଥାତ ଏପ୍ରିଲ ମାସ ୧ ତାରିଖରୁ ମାର୍ଚ୍ଚ ମାସ ୩୧ ପର୍ଯ୍ୟନ୍ତ ଆୟ ଓ ବ୍ୟୟର ହିସାବ ଦେଇଥାନ୍ତି ।

B- ବଜେଟ୍ ଏଷ୍ଟିମେଟ୍ସ: ଅର୍ଥମନ୍ତ୍ରୀ ବଜେଟରେ ବଜେଟ ଏଷ୍ଟିମେଟସ ଶବ୍ଦର ପ୍ରୟୋଗ କରିଥାନ୍ତି । ଆଗାମୀ ବର୍ଷ ପାଇଁ ସରକାର ପ୍ରତ୍ୟେକ ମନ୍ତ୍ରଣାଳୟକୁ ଏକ ନିଶ୍ଚିତ ପରିମାଣର ବଜେଟ୍ ଏଷ୍ଟିମେଟସ୍ କରିଥାନ୍ତି ।

C- କରେଣ୍ଟ ଆକାଉଣ୍ଟ ଡେଫିସିଟ୍: ବଜେଟରେ ଅର୍ଥମନ୍ତ୍ରୀ ଅନ୍ୟ ଦେଶକୁ ରପ୍ତାନୀ ଓ ନିଜ ଦେଶକୁ ଆମଦାନୀ ଅର୍ଥର ଅନ୍ତର ବିଷୟରେ ସୂଚନା ଦେଇଥାନ୍ତି । ଯଦି ଆମାଦନୀ ରପ୍ତାନୀ ଠାରୁ ଅଧିକ ହୁଏ, ତେବେ କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ହୋଇଛି ବୋଲି ଧରିନେବାକୁ ହେବ ।

D- ଡିସଇନଭେଷ୍ଟମେଣ୍ଟ: ଏହାର ଅର୍ଥ ହେଉଛି ସରକାର କୌଣସି କମ୍ପାନୀର ପୂରା ପୁଞ୍ଜି ପ୍ରତ୍ୟାହାର କରିବା । ଉଦାହରଣ- ନିକଟରେ ସରକାର ଏୟାର ଇଣ୍ଡିଆକୁ ଟାଟାକୁ ୧୮ ହଜାର କୋଟିରେ ବିକ୍ରି କରିଛନ୍ତି ।

D- ଇକୋନୋମିକ୍ ସର୍ଭେ: ବଜେଟର ଏକଦିନ ପୂର୍ବରୁ ସଂସଦରେ ସରକାର ଇକୋନୋମିକ୍ ସର୍ଭେ ଆଗତ କରନ୍ତି । ଏହା ଗତ ବର୍ଷକ ମଧ୍ୟରେ ଅର୍ଥବ୍ୟବସ୍ଥା କିପରି ରହିଥିଲା, କେଉଁ ସେକ୍ଟରରେ ଟ୍ରେଣ୍ଡ ରହିଥିଲା ତା’ର ସମୀକ୍ଷା ବିଷୟରେ ସୂଚାଇଥାଏ ।

F- ଫାଇନାନ୍ସିଆଲ ବିଲ୍: ଏହାକୁ ହିନ୍ଦିରେ ବିତ୍ତ ବିଧେୟକ କୁହାଯାଇଥାଏ । ସରକାରଙ୍କ ଖର୍ଚ୍ଚ ଓ ଉଧାର ପାଇଁ ସଂସଦରେ ଏହି ବିଧେୟକ ମାଧ୍ୟମରେ ମଞ୍ଜୁରୀ ମିଳିଥାଏ ।

G- ଜିଡିପି: ଜିଡିପିର ଫୁଲ ଫର୍ମ ହେଉଛି ଗ୍ରସ୍ ଡୋମଷ୍ଟିକ୍ ପ୍ରଡକ୍ଟ । ହିନ୍ଦିରେ ଏହାକୁ ସକଳ ଘରେଲୁ ଉତ୍ପାଦ କୁହାଯାଇଥାଏ । ଗୋଟିଏ ବର୍ଷରେ ଦେଶ ମଧ୍ୟରେ ଯେତେ ବସ୍ତୁ ଓ ସେବାର ଉତ୍ପାଦନ ହୁଏ, ତାହାର ମୂଲ୍ୟ କେତେ ଜଣାପଡ଼େ । ଗୋଟିଏ ଦେଶର ଆର୍ଥିକ ବୃଦ୍ଧି ଜାଣିବା ପାଇଁ ଏହା ଏକ ଉପାୟ ।

H- ଏଚଏନଆଇ:ଯେଉଁ ଲୋକଙ୍କର ଆୟୁଷ ଅଧିକ ହୋଇଥାଏ, ସେମାନଙ୍କୁ ଆର୍ଥିକ ଭାଷାରେ ହାଇ ଇନକମ ଇଣ୍ଡିଭିଜୁଆଲସ (ଏଚଏନଆଇ) କୁହାଯାଇଥାଏ । ଉଦାହରଣ ସ୍ୱରୂପ- ଉଦ୍ୟୋଗପତି ମୁକେଶ ଅମ୍ବାନୀ, ଫିଲ୍ମଷ୍ଟାର ଅମିତାଭ ବଚନ ପ୍ରମୁଖ । ଗରିବଙ୍କ ଉପରେ ଟ୍ୟାକ୍ସ କମ୍ ହେବା ପାଇଁ ସରକାର ଏପରି ଲୋକଙ୍କ ଠାରୁ ଅତିରିକ୍ତ ଟ୍ୟାକ୍ସ ନେଇଥାନ୍ତି ।

I- ଇନଡାଇରେକ୍ଟ ଟ୍ୟାକ୍ସ: ଯେଉଁ ଟ୍ୟାକ୍ସ ସରକାର ଜନତାଙ୍କ ଠାରୁ ସିଧାସଳଖ ନନେଇ କୌଣସି ସାମଗ୍ରୀ କିଣିବା ମାଧ୍ୟମରେ ନେଇଥାନ୍ତି, ତାହାକୁ ପରୋକ୍ଷ କର କୁହାଯାଇଥାଏ ।

J- ଜାର୍ଗୋନ: ବଜେଟ ଭାଷଣରେ ଏପରି ଶବ୍ଦର ବ୍ୟବହାର ହୁଏ ଯାହାକୁ କେବଳ ବିଶେଷଜ୍ଞମାନେ ହିଁ ବୁଝି ପାରିଥାନ୍ତି । ଏହା ରକେଟ ସାଇନ୍ସ ପରି ଏକ ଟେକ୍ନିକାଲ ଶବ୍ଦ ହୋଇଥାଏ । ଅର୍ଥମନ୍ତ୍ରୀ ବିରୋଧୀଙ୍କୁ ମାତ ଦେବା ପାଇଁ ଅନେକ ବିଜିନେଟ୍ ଜାର୍ଗୋନର ପ୍ରୟୋଗ କରିଥାନ୍ତି ।

K- କେ-ଶେପଡ୍ ରିକଭରୀ: ଯେତେବେଳେ ଅର୍ଥ ବ୍ୟବସ୍ଥା ସୁଧୁରୁଥିବ, ମାତ୍ର ଏକ ସଠିକ୍ ଦିଗରେ ତାହା ନଯାଇ ଦେଶରେ ବହୁ ସଂଖ୍ୟା ବେକାରୀ ସୃଷ୍ଟି ହେଉଥିବେ, ସେତେବେଳେ ଏହାକୁ କେ-ସେପଡ ରିକଭରୀ କୁହାଯାଇଥାଏ ।

L- ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସ: ଏହାର ଅର୍ଥ ହେଉଛି କୌଣସି ପୁରୁଣା ନିବେଶର ବିକ୍ରି ଉପରେ ହେଉଥିବା ଲାଭ । ଯଦି ଆପଣ ୧ ଲକ୍ଷରେ ଏକ ଘର କିଣନ୍ତି, କିଛି ବର୍ଷ ପରେ ତାକୁ ୪ ଲକ୍ଷରେ ବିକ୍ରି କରନ୍ତି, ତେବେ ଏ କ୍ଷେତ୍ରରେ ମୂଳ ପୁଞ୍ଜି ଉପରେ ଯେଉଁ ଲାଭ ହୁଏ ତାହାକୁ କ୍ୟାପିଟାଲ ଗେନ୍ କୁହାଯାଇଥାଏ । ଏହା ଲଙ୍ଗ ଟର୍ମ ଓ ସର୍ଟ ଟର୍ମ ଦୁଇ ପ୍ରକାର ରହିଥାଏ ।

M- ମିନିମମ ଅଲଟରନେଟ ଟ୍ୟାକ୍ସ : ଯେଉଁ କମ୍ପାନୀଗୁଡ଼ିକ ଇନକମ ଟ୍ୟାକ୍ସ ଅଧୀନକୁ ଆସନ୍ତି ନାହିଁ, ସେମାନେ କୌଣସି ବି ଟ୍ୟାକ୍ସ ଦିଅନ୍ତି ନାହିଁ । ସେମାନଙ୍କ ଠାରୁ ଟ୍ୟାକ୍ସ ଆଦାୟ ପାଇଁ ସରକାର ମିନିମମ୍ ଅଲଟରନେଟ୍ ଟ୍ୟାକ୍ସ ତିଆରି କରିଥାନ୍ତି ।

N- ନନ-ପ୍ଲାନ ଏକ୍ସପେଣ୍ଡିଚର: ବଜେଟରେ ସରକାର ପ୍ଲାନ ଏକ୍ସପେଣ୍ଡିଚର ଓ ନନ-ପ୍ଲାନ ଏକ୍ସପେଣ୍ଡିଚର ଏପରି ଦୁଇ ପ୍ରକାର ଖର୍ଚ୍ଚ କରିଥାନ୍ତି । ପ୍ରଥମଟି ସରକାରଙ୍କ ଯୋଜନା, ଯେ କୌଣସି ସମ୍ପତ୍ତି, ଇନଫ୍ରାଷ୍ଟ୍ରକଚର ନିର୍ମାଣରେ ଖର୍ଚ୍ଚ ହୁଏ । ଦ୍ୱିତୀୟଟି ବେତନ, ସବସିଡି ଓ ସୁଧ ପରି ପ୍ରଡକ୍ଟିଭ ସେକ୍ଟରରେ ଖର୍ଚ୍ଚ ହୁଏ ନାହିଁ ।

O- ଆଉଟକମ୍ ବଜେଟ୍: ବଜେଟ୍ ଖର୍ଚ୍ଚର ହିସାବକୁ ଆଉଟକମ୍ ବଜେଟ୍ କୁହାଯାଇଥାଏ । ଗତ ବଜେଟରେ ସରକାର କେତେ ଅର୍ଥ ମନ୍ତ୍ରଣାଳୟକୁ ଦେଇଥିଲେ ଓ ସେଥିରେ କେତେ ଖର୍ଚ୍ଚ ହୋଇଛି ତାହାର ପ୍ରୋଗ୍ରେସକୁ ଦେଖାଯାଇଥାଏ ।

P- ପବ୍ଲିକ ଆକାଉଣ୍ଟ: ସରକାର ପାଖକୁ ଆସୁଥିବା ପ୍ରୋଭିଡେଣ୍ଡ ଫଣ୍ଡ, ଲଘୁ ବଚତରୁ ଆସୁଥିବା ରାଶି ଅଲଗା ଖାତାରେ ରଖାଯାଇଥାଏ । ବାସ୍ତବରେ ଏହା ସରକାରଙ୍କ ହୋଇନଥାଏ, ଜନସାଧାରଣ ଓ ପ୍ରୋଭିଡେଣ୍ଡ ଫଣ୍ଡ କର୍ତ୍ତୃପକ୍ଷଙ୍କର ହୋଇଥାଏ ।

Q- କ୍ୱାର୍ଟରଲି ରିଭ୍ୟୁ: ଦେଶରେ ପ୍ରତି ୩ ମାସରେ ଥରେ ଜିଡିପି ସମୀକ୍ଷା ହୋଇଥାଏ । ଅର୍ଥନୀତି କେଉଁ ଆଡ଼କୁ ଗତି କରୁଛି ତାହା କ୍ୱାର୍ଟରଲି ରିଭ୍ୟୁରୁ ସ୍ପଷ୍ଟ ହୋଇଥାଏ ।

R- ରେଭିନ୍ୟୁ ଡେଫିସିଟ: ସାଧାରଣତଃ, ଯେତେବେଳେ ସରକାରଙ୍କ ବ୍ୟୟ ଆୟ ଅପେକ୍ଷା ଅଧିକ ହୋଇଯାଏ, ସେତେବେଳେ ତାହାକୁ ରେଭିନ୍ୟୁ ଡେଫିସିଟ୍ ବା ନିଅଣ୍ଟିଆ ରାଜସ୍ୱ କୁହାଯାଇଥାଏ ।

S- ସେକ୍ୟୁରିଟିଜ୍ ଟ୍ରାଞ୍ଜାକସନ ଟ୍ୟାକ୍ସ: ଯେତେବେଳେ ଆପଣଯେ କୌଣସି ଶେୟାର, ମ୍ୟୁଚୁଆଣ୍ଡ ଫଣ୍ଡର ୟୁନିଟ, ଡେରିଭିଟିଭ ଆଦି କିଣନ୍ତି, ସରକାର ଆପଣଙ୍କଠାରୁ ସେକ୍ୟୁରିଟିଜ୍ ଟ୍ରଞ୍ଜାକସନ ଟ୍ୟାକ୍ସ ଆଦାୟ କରନ୍ତି ।

T- ଟ୍ରେଜରୀ ବିଲ୍ସ: ଯେତେବେଳେ ସରକାର ସ୍ୱଳ୍ପ ଅବଧି ପାଇଁ ବଜାରରୁ ଟଙ୍କା ଉଠାନ୍ତି, ସେତେବେଳେ ଟ୍ରେଜେରୀ ବିଲ୍ସ ଜାରି କରନ୍ତି । ଏହାର ମାଚ୍ୟୁରିଟି ଅବଧି ସର୍ବାଧିକ ୩୬୪ ଦିନ ହୋଇଥାଏ ।

U- ୟୁନିୟନ ବଜେଟ୍: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ବଜେଟକୁ ୟୁନିୟନ ବଜେଟ୍ କୁହାଯାଇଥାଏ । ସମ୍ବିଧାନର ଅନୁଚ୍ଛେଦ ୧୧୨ରେ ଏହା ପରିଭାଷିତ ହୋଇଥିବା ବେଳେ ଏହାକୁ ସାଧାରଣ ବଜେଟ୍ ମଧ୍ୟ କୁହାଯାଇଥାଏ ।

V- ଭ୍ୟାଟ: ଜିଏସଟି ଆସିବା ପରଠାରୁ ଏହି କରକୁ ହଟାଇ ଦିଆଯାଇଛି । ମାତ୍ର ପେଟ୍ରୋଲ-ଡିଜେଲ ପରି ସାମଗ୍ରୀ ଉପରୁ ଭ୍ୟାଟ୍ ଆଦାୟ କରାଯାଉଛି ।

W- ୱେଲଥ ଟ୍ୟାକ୍ସ: ବର୍ତ୍ତମାନ ଭାରତରେ ଏହି ଟ୍ୟାକ୍ସ ଲାଗୁ ହେଉନାହିଁ । ଏହା ଧନୀ ଶ୍ରେଣୀର ଲୋକଙ୍କ ଠାରୁ ଆଦାୟ କରାଯାଇଥାଏ ।

Z- ଜିରୋ ବେସଡ ବଜେଟ୍: ଏହାର ଅର୍ଥ ଶୂନରୁ ଆରମ୍ଭ ହୋଇଥାଏ । ଅର୍ଥାତ ପୂର୍ବ ବଜେଟର ବଳକା ଅର୍ଥକୁ କ୍ୟାରି-ଫରୱାର୍ଡ କରାଯିବ ନାହିଁ ।

Get real time updates directly on you device, subscribe now.