fbpx

ସାମନାକୁ ଆସିଲା ଦେବୋଲିନା ଓ ବିଶାଲ ସିଂହଙ୍କ ନିର୍ବନ୍ଧର ସତ, ଜାଣନ୍ତୁ କଣ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ନିଜର ସୋସିଆଲ୍ ମିଡିଆରେ ସାଇଟ୍ ରେ ଏପରି ଏକ ପୋଷ୍ଟ୍ କରିଥିଲେ ଯେଉଁଥିରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଉକ୍ତ ପୋଷ୍ଟରେ ବିଶାଲ ସିଂହଙ୍କ ସହିତ ତାଙ୍କର ନିର୍ବନ୍ଧ ହେଉଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଫଟୋ ରେ ଦେବୋଲିନା ନିଜର ମୁଦି ମଧ୍ୟ ଦେଖାଇଥିଲେ । କିନ୍ତୁ ଉକ୍ତ ପୋଷ୍ଟର ସତ୍ୟାସତ୍ୟ ବର୍ତ୍ତମାନ ସାମନାକୁ ଆସିଛି ।

ସୁଚନା ଯେ, ଦେବୋଲିନା ଓ ବିଶାଲଙ୍କର ନିର୍ବନ୍ଧ ହୋଇନାହିଁ । ସେମାନେ ଆଗାମୀ ମ୍ୟୁଜିକ୍ ଭିଡିଓ ପାଇଁ ଉକ୍ତ ଭିଡିଓକୁ ଶୁଟ୍ କରିଥିଲେ । ଉକ୍ତ ମ୍ୟୁଜିକ୍ ଭିଡିଓର ଏକ ଛୋଟ ଝଲକ ନିଜ ଫ୍ୟାନ୍ସଙ୍କୁ ଦେବା ପାଇଁ ଭିଡିଓକୁ ପୋଷ୍ଟ କରାଯାଇଥିଲା । ନିର୍ବନ୍ଧ ଖବର ଆସିବା ପରେ ଦେବୋଲିନା ସତ କହିଛନ୍ତି । ଦୁହେଁ ଏକ ଭିଡିଓ ଜାରି ମ୍ୟୁଜିକ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ଦୁହେଁ ପ୍ରଥମ ଥର ପାଇଁ ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିବାକୁ ଯାଉଛନ୍ତି ।

 

View this post on Instagram

 

A post shared by Devoleena Bhattacharjee (@devoleena)

ଭିଡିଓରେ ବିଶାଲ କହିଛନ୍ତି ଯେ, ଆମେ ଦୁହେଁ ନିର୍ବନ୍ଧ କରିଛୁ କିନ୍ତୁ ମ୍ୟୁଜିକ୍ ଭିଡିଓରେ । ଯାହାର ନାମ ହେଉଛି “ଇଟସ୍ ଅଫିସିଆଲ୍” । ଆମେ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛୁ । ତାଙ୍କ ଭିଡିଓ ରିଲେସନ୍ସିପ୍, ନିର୍ବନ୍ଧ ଓ ବିବାହ ଉପରେ ଆଧାରିତ ।

Get real time updates directly on you device, subscribe now.