fbpx

ସ୍ଥିତି ଦେଖି ରାଜ୍ୟ ନେଉ ସ୍କୁଲ ଖୋଲିବା ନିଷ୍ପତ୍ତି: କେନ୍ଦ୍ର

ନୂଆଦିଲ୍ଲୀ: ସ୍କୁଲ ଖୋଲିବାକୁ ନେଇ କେନ୍ଦ୍ର ପକ୍ଷରୁ ନୂଆ ଏସଓପି ଜାରି ହୋଇଛି । ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ଗୁଡ଼ିକ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନିଅନ୍ତୁ । ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ନିଜେ ନିଷ୍ପତ୍ତି ନେବେ । ପିଲାମାନେ ସ୍କୁଲ ଆସିବେ କି ନାହିଁ ଅଭିଭାବକଙ୍କ ମତାମତ ନିଅନ୍ତୁ ବୋଲି କେନ୍ଦ୍ର କହିଛନ୍ତି । ଡିସେମ୍ବର ୧୭ ତାରିଖରେ ଜାରି ହୋଇଥିବା ଗାଇଡଲାଇନ୍ ମାନିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର । ଅନ୍ୟପଟେ ସଂକ୍ରମଣ ହ୍ରାସ ହେତୁ କିଛି ରାଜ୍ୟରେ ସ୍କୁଲ ଖୋଲିଗଲାଣି ।

Get real time updates directly on you device, subscribe now.