fbpx

୧୦ମ ପାସ୍ ପିଲାଙ୍କ ପାଇଁ BSFରେ ଭର୍ତ୍ତି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ; ଦରମା ୬୯ହଜାରରୁ ଅଧିକ

BSF Constable Recruitment 2022: ସୀମା ସୁରକ୍ଷା ବଳ(ବିଏସଏଫ୍) ଚାକିରୀ କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବିଏସଏଫ୍ କନଷ୍ଟେବଳ ପଦରେ ଭର୍ତ୍ତି ପାଇଁ ବିଏସଏଫ୍ ପକ୍ଷରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଆପଣ ମାନେ ଯଦି ଏହି ପଦରେ ଭର୍ତ୍ତି ହେବାକୁ ଇଚ୍ଛୁକ ଅଛନ୍ତି ତାହେଲେ ତୁରନ୍ତ ଆବେଦନ କରନ୍ତୁ । ଇଚ୍ଛୁକ ପ୍ରାର୍ଥୀ ମାନେ ବିଏସଏଫ୍ ର ଅଫିସିଆଲ୍ ୱେବସାଇଟ୍ bsf.gov.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧ ପର୍ଯ୍ୟନ୍ତ ରହିଛି ।

ଆଶାୟୀ ପ୍ରର୍ଥୀ ମାନେ https://rectt.bsf.gov.in/ ଏହି ଲିଙ୍କ୍ ରେ କ୍ଲିକ୍ କରି ଆବେଦନ କରିପାରିବେ । କନଷ୍ଟେବଳ ପୋଷ୍ଟ୍ ପାଇଁ ବିଏସଏଫ୍ ରେ ମୋଟ ୨୭୮୮ ଟି ପଦ ଖାଲି ରହିଛି । ଅନଲାଇନ୍ ଆବେଦନ କରିବାର ତାରିଖ ଜାନୁଆରୀ ୧୫, ୨୦୨୨ ଓ ଶେଷ ତାରିଖ ମାର୍ଚ୍ଚ ୧,୨୦୨୨ । ଇଚ୍ଛୁକ ପ୍ରାର୍ଥୀ ମାନେ ୧୦ମ ପାସ୍ କରିଥିବା ଦରକାର କିମ୍ବା ଭୋକେସନାଲ୍ ଇନଷ୍ଟିଚ୍ୟୁଟ୍ ରୁ ଆଇଟିଆଇରେ ୧ ବର୍ଷର ଡିପ୍ଲୋମା କରିଥିବା ଆବଶ୍ୟକ । ଆବେଦନ କରିବାର ବୟସ ସୀମା ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଦରକାର । ଭର୍ତ୍ତି ହେବାପରେ ଦରମା ୨୧,୭୦୦-୬୯,୧୦୦ ଟଙ୍କା ଦିଆଯିବ ।

 

Get real time updates directly on you device, subscribe now.