fbpx

ଅଶ୍ଳୀଳ ଭିଡିଓ ଦେଖି ୮ ବର୍ଷର ଝିଅକୁ ଗଣଦୁଷ୍କର୍ମ, ଅଭିଯୁକ୍ତଙ୍କ ବୟସ ୬ରୁ ୧୩ ବର୍ଷ; ଅନଲାଇନ୍ କ୍ଲାସ୍ ପାଇଁ ଦିଆଯାଇଥିଲା ମୋବାଇଲ୍

ନୂଆଦିଲ୍ଲୀ: ଗୋଟିଏ ୮ ବର୍ଷର କୁନି ଝିଅ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହିଭଳି ଘଟଣା ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲାରୁ ସାମନାକୁ ଆସିଛି । ନାବାଳିକାକୁ ୬ ଜଣ ଅଭିଯୁକ୍ତ ମିଶି ଗଣଦୁଷ୍କର୍ମ କରିଥିବା ପୋଲିସ୍ ସୁତ୍ରରୁ ପ୍ରକାଶ ପାଇଛି । ଘଟଣାରେ ତାଜୁବ୍ କରିବା ପରି କଥା ହେଉଛି ଅଭିଯୁକ୍ତଙ୍କ ବୟସ ୬ରୁ ୧୩ ବର୍ଷ । ଖାଲି ସେତିକି ନୁହେଁ ପୀଡ଼ିତା ନାବାଳିକାଙ୍କର ଅଭିଯୁକ୍ତ ମାନେ ହେଲେ ସମ୍ପର୍କିୟ କିଛି ଜଣ ଭାଇ ଓ ସାଙ୍ଗ । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ସୂଚନା ଯେ, ଅଭିଯୁକ୍ତ ମାନେ ମୋବାଇଲ୍ ରେ ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ କରିଛନ୍ତି । ପୋଲିସ୍ ମୋବାଇଲ୍ କୁ ଜବତ କରିଛି । ଏଥିରୁ ଅନେକ ଗୁଡ଼ିଏ ପର୍ଣ୍ଣ ସାଇଟ୍ ର ଲିଙ୍କ୍ ମଧ୍ୟ ମିଳିଛି । ତେବେ ମୋବାଇଲ୍ ଟିକୁ ଅନଲାଇନ୍ କ୍ଲାସ୍ କରିବା ପାଇଁ ଦିଆଯାଇଥିଲା । ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓ ମାମଲା ରୁଜୁ ହୋଇଛି । ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ।

ପୋଲିସ୍ କହିବା ମୁତାବକ, ସମସ୍ତ ନାବାଳକ ଅଭିଯୁକ୍ତ ମାନେ ମୋବାଇଲ୍ ରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ । ଖାଲି ସେତିକି ନୁହେଁ ଗତ ଦେଢ଼ ମାସ ହେବ ନାବାଳିକା ସହିତ ଦୁର୍ଷ୍କମ କରି ଆସୁଥିଲେ । ଘଟଣା ସେତିକି ବେଳେ ସାମନାକୁ ଆସିଥିଲା ଯେତେବେଳେ ପୀଡ଼ିତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏନେଇ ପୀଡ଼ିତା ନିଜର ମାଆଙ୍କୁ ଜଣାଇଥିଲେ । ଏତେ ଦିନ ଧରି ଏସବୁ ଚାଲିଆସୁଥିଲା ହେଲେ ଘରେ କେହି ବି ଜାଣିପାରିନଥିଲେ । ଶୁକ୍ରବାର ଦିନ ଏହି ମାମଲାରେ ପୋଲିସ୍ ପାଖରେ ଅଭିଯୋଗ କରାଯାଇଥିଲା । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.