ନୂଆ ଷ୍ଟାଇଲରେ ଆସି ଲୁଟି ନେଲେ ବୁଲେଟ: ପୋଲିସ ପ୍ରଶାସନକୁ ଖୋଲା ଚାଲେଞ୍ଜ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢି ଚାଲିଛି ଲୁଟ ଏବଂ ଅନ୍ୟ ଅପରାଧ । ଯେଉଁଥିପାଇଁ ଏବେ ବଦନାମ ହୋଇଛି ରାଜଧାନୀ । ଦିନକୁ ଦିନ ସ୍ମାର୍ଟ ସିଟିରେ ବଢୁଛି ସ୍ୱାର୍ଟ ଚୋରି । ଲୁଟ କରିବା ପାଇଁ ଲୁଟେରାଭ୍କ ପାଖରେ ସ୍ମାର୍ଟରୁ ସ୍ମାର୍ଟେଷ୍ଟ ବୁଦ୍ଧି । ଗତ ୧ ତାରିଖ ଦିନ ଲିଫ୍ଟ ଦେବେ କହି ଲୁଟ କରାଯାଇଥିବା ଘଟଣା ମନରୁ ଯାଇନି । ପୁଣି ଆଜି ଆଉ ଏକ ଘଟଣା ସାମନାକୁ ଆସିଛି ।

ଗୋଟିଏ ଅଟୋରେ କିଛି ଲୁଟେରା ଆସି ଲୁଟି ନେଇଛନ୍ତି ବୁଲେଟ । ଏମିତି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ । ବିଳମ୍ବିତ ରାତିରେ ଏକ ଅଟୋରେ ଆସିଥଲେ ଦୁଇ ଜଣ ଲୁଟେରା । ଜଣେ ବ୍ୟକ୍ତି ବାହାରେ ଅପେକ୍ଷା କରିତିଲା ଏବଂ ଆଉ ଜଣେ ଗେଟ ଭିତରେ ପଶିଥିଲା । ଏହାପରେ ଲକ ଭାଙ୍ଗି ବୁଲେଟ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଏମିତିକି ଗାଡିରେ ଥିବା ହେଲମେଟ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସକାଳେ ଗାଡି ନ ପାଇବାରୁ ମଞ୍ଚେଶ୍ୱର ଥାନାରେ ଲିକିତ ଅଭିଯୋଗ କରିଥିଲେ ଗାଡି ମାଲିକ । ତେବେ ତଦନ୍ତ ଆରମ୍ଭ କରୁ କରୁ ପୋଲିସ ହାତରେ ଲାଗିଛି ଲୁଟ ବେଳର ସମସ୍ତ ସିସିଟିଭି ଫୁଟେଜ । ଏହାପରେ ଚୋରଙ୍କୁ ଖୋଜିବାକୁ ପୋଲିସ ଅପରେସନ ଆରମ୍ଭ କରିଛି । ତେବେ ଭୁବନେଶ୍ୱରରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କମିଶନରେଟ ପୋଲିସକୁ ନେଇ ଉଠିଛି ଆଙ୍ଗୁଠି ।