fbpx

ଦୁର୍ଘଟଣାର ଶିକାର ହେଲା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି: ଅଳ୍ପକେ ବର୍ତ୍ତିଗଲେ ମନ୍ତ୍ରୀ

କନ୍ଧମାଳ: ଏକ ବଡ ଦୁର୍ଘଟଣାର ଶିକାର ହୋଇଛି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି । ନିର୍ବାଚନ ପ୍ରଚାରରେ ଯାଉଥିବା ସମୟରେ ଘଟିଛି ଏହି ସଡକ ଦୁର୍ଘଟଣା । କନ୍ଧମାଳ ଜିଲ୍ଲା ଭେଟ କୋଲେ ଘାଟି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି । ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ନିର୍ବାଚନକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗାଡି ରାସ୍ତା କଡକୁ ଖସିଯାଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସତ୍ତେ୍ୱ କାହାର କୌଣସି କ୍ଷତି ହୋଇ ଥିବା ନେଇ ସୂଚନା ମିଳିନାହିଁ । ତେବେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.