fbpx

ଚରଣଜିତ୍ ସିଂହ ଚନ୍ନି ହିଁ ହେବେ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ରାହୁଲ ଗାନ୍ଧୀ କଲେ ଘୋଷଣା

ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ହିଁ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ଲୁଧିଆନାରେ ରବିବାର ଏକ ଭର୍ଚୁଆଲ ରାଲିକୁ ସାମ୍ବୋନ୍ଧିତ କରି ଏହି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ କହିଛନ୍ତି ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିିଂହ ଚନ୍ନୀ ହିଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ରାହୁଲ କହିଛନ୍ତି ଏହା ‘ମୋର ନୁହେଁ ପଞ୍ଜାବ ଲୋକମାନଙ୍କ ନିଷ୍ପତ୍ତି । ସେ ଆହୁରି କହିଛନ୍ତି ଚନ୍ନୀ ଗରିବ ଘରର ପୁଅ । ଗରିବୀକୁ ବୁଝିଛନ୍ତି, ତାଙ୍କ ହୃଦୟ ଏବଂ ରକ୍ତରେ ପଞ୍ଜାବ ଅଛି ।’

ସୂଚନାଯୋଗ୍ୟ, ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନରେ ୨୦ ଫେବୃଆରୀ ଠାରୁ ନିର୍ବାଚନ ଆରମ୍ଭ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣନା ହେବ ।

Get real time updates directly on you device, subscribe now.