fbpx

ରାଜଧାନୀର ରାଜାରାସ୍ତାରେ କୁବ ଶୀଘ୍ର ଉପଲବ୍ଧ ହେବ ଇ-ବସ ସେବା: ଜାଣନ୍ତୁ କଣ ରହିଛି ଫାଇଦା

ଭୁବନେଶ୍ୱର: ଭୁବନେଶ୍ୱରକୁ ପ୍ରଦୂଷଣମୂକ୍ତ କରିବା ଦିଗରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଅନେକ ଦିନର ଯୋଜନା ଉପରେ ମୋହର, ଏଥର ସ୍ୱପ୍ନ ହେବ ପୂରା । ପୁଣି ହସି ଉଠିବ ମନ୍ଦିର ମାଳିନୀ ସହର ଭୁବନେଶ୍ୱର । କାରଣ ଖୁବ ଶୀଘ୍ର ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବ ଇ-ବସ । ଆସନ୍ତା ଏପ୍ରିଲ ମାସରୁ ରାଜଧାନୀରେ ଉପଲବ୍ଧ ହେବ ଇ-ବସ ସେବା । ଏ ନେଇ ସୂଚନା ଦେଇଛି କ୍ୟାପିଟରାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ।

EverSource-backed GreenCell to deploy 3,250 electric buses in three years –  pv magazine India
୨୦୧୯ ମସିହାରୁ ରାଜଧାନୀରେ ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାର ଇ-ବସ ଯୋଜନା କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଉପଲବ୍ଧ ହୋଇ ପାରିନଥିଲା । ତେବେ କୁବ ଶୀଘ୍ର ଏହି ରାଜଧାନୀବାସୀଙ୍କୁ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ମାସରୁ ରାଜଧାନୀର ମାର୍କେଟକୁ ଓହ୍ଲାଇବ ଇ-ବସ । ପ୍ରଥମେ ପରୀକ୍ଷାମୂଳକ ଭାବେ ୫ଟି ବସ ଚଳାଚଳ କରିବ, ଏବଂ ପରେ ପର୍ଯ୍ୟାୟକ୍ରମେ ଆହୁରି ୨୦୦ ବସ ଏଥିରେ ସାମିଲ ହେବାର ବ୍ୟବସ୍ଥା ରହିଥିବା ସୂଚନା ଦେଇଛି କ୍ରୁଟ ।

CRUT announces reduction of AC bus fares for next 2 months | Business News  – India TV
ଇ-ବସରେ ଉପଲବ୍ଧ ସେବା:
ଏହି ବସର ପ୍ରତ୍ୟେକ ସିଟରେ ୟୁଏବି ଚାର୍ଜିଙ୍ଗ ପଏଣ୍ଟ ପାଇପାରିବେ ଯାତ୍ରୀ । ଏହାବ୍ୟତୀତ ଜରୁରୀକାଳୀନ ରହଣି, ଶୀତତାପ ନିୟନ୍ତ୍ରଣ ସୁବିଧା, ସିସିଟିଭି କ୍ୟାମେରା ସୁବିଧା ମଧ୍ୟ ଉପଲବ୍ଧ ରହିବ । ତେବେ ଏହାରୀ ସବୁଠୁ ଭଲ ଏବଂ ଲାଭ ଦାୟକ ଫିଚର ହେଉଛି ଏହା ସମ୍ପୂର୍ଣ୍ଣ ଭାବରେ ଶବ୍ଦ ଏବଂ ବାୟୁ ପ୍ରଦୂଷଣମୁକ୍ତ ଯାନ । ରାଜଧାନୀରେ ୨୦୦ କିମ୍ବା ତତୋଧିକ ଇ-ବସ ଚଳାଚଳ କଲେ ଭୁବନେଶ୍ୱରର ୩୦ ପ୍ରତିଶତରୁ ଅଧିକ ପ୍ରଦୂଷଣ କମିପାରିବ ବୋଲି ଆକଳନ କରାଯାଇଛି । ସେଥିପାଇଁ ଇ-ବସକୁ ପ୍ରାଥମିକତା ଦେବା ପାଇଁ ସ୍ଥିର କରିଛି କ୍ରୁଟ ।

Get real time updates directly on you device, subscribe now.