fbpx

ସ୍ପୁଟନିକ୍ ଲାଇଟ ଟିକାକୁ DCGIର ଅନୁମତି: ସିଙ୍ଗିଲ ଡୋଜରେ ହେବ କରୋନା ସଫା!

ନୂଆଦିଲ୍ଲୀ: ଭାରତରେ ସିଙ୍ଗିଲ ଡୋଜ୍ ସ୍ପୁଟନିକ ଲାଇଟ୍ କୋଭିଡ ଟିକାକୁ ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ । ଏନେଇ ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭେୟ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ‘ଦେଶରେ ଏହା ନବମ କୋଭିଡ୍ ଟିକା ହେବ, ଏହା ମହାମାରୀ ବିରୋଧରେ ମିଳିତ ଲଢ଼େଇକୁ ଏହା ଆହୁରି ଶକ୍ତିଶାଳୀ କରିବ ।’

କରୋନା ବିରୋଧୀ ଲଢ଼େଇରେ ଭାକ୍ସିନକୁ ଗୁରୁତ୍ୱ ଦିଆଯାଇଛି । ଅନେକ ଦେଶରେ ଟିକାକରଣ ଚାଲିଛି । ଭାରତରେ ମଧ୍ୟ ଟିକାକରଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୭୨୪,୭୬୮,୩୫୬ ଜଣକୁ ଭାକ୍ସିନର ଉଭୟ ଡୋଜ୍ ଦିଆଯାଇଛି । ୯୪୮,୭୧୭,୪୪୯ ପ୍ରଥମ ଡୋଜ୍ ଏବଂ ୧୩,୫୬୨,୬୮୨ ଜଣକୁ ବୁଷ୍ଟର ଡୋଜ୍ ଦିଆଯାଇଛି । ଭାରତରେ କୋଭାକ୍ସିନ, କୋଭିସିଲ୍ଡ, ଜନସନ ଆଣ୍ଡ୍ ଜନସନ, ମଡେର୍ଣ୍ଣା, ନୋଭାଭାକ୍ସ, ସ୍ପୁଟନିକ୍ ଭାକ୍ସିନ, ଜାଇଡସ କାଡିଲା ଭାକ୍ିସନ, କୋର୍ବେଭାକ୍ସ ଭାକି୍ସନକୁ ଅନୁମତି ମିଳିଛି । ଏବେ ସ୍ପୁଟନିକ୍ ଲାଇଟକୁ ଅନୁମତି ମିଳିବା ପରେ ଦେଶରେ ଟିକା ସଂଖ୍ୟା ୯ ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି । କରୋନା ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା । ଗତ ୨୪ ଘଣ୍ଟାରେ ୧,୦୭,୪୭୪ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୬୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୧,୮୮,୧୩୮ରେ ପହଞ୍ଚିଛି ।

Get real time updates directly on you device, subscribe now.