fbpx

ସୁର ସାମ୍ରାଜ୍ଞୀଙ୍କ ନାମରେ ଲଞ୍ଚ ହୋଇଥିଲା ‘ଲତା ମଙ୍ଗେସକର’ ପରଫ୍ୟୁମ୍: ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ: କୋକିଳକଣ୍ଠୀ ଲତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ପ୍ରଶଂସକମାନେ । ପୁଣି ଫେରି ଆସନ୍ତେ କି ଲତା, ପୁଣି ଥରେ ଜନ୍ମ ନିଅନ୍ତେ କି ଲତା, ଏହି କଥା ସମସ୍ତଙ୍କର ଅନ୍ତରରେ ପ୍ରତି ମୁହୂର୍ତ୍ତରେ ପ୍ରତିଧ୍ୱନିତ ହେଉଛି । ଲତା କେବଳ ସୁମଧୁର କଣ୍ଠସ୍ୱର ପାଇଁ ପରିଚିତ ଥିଲେ ତା’ନୁହେଁ, ଏହାଛଡ଼ା ଅନେକ ବାହ୍ୟ ଜିନିଷ ପ୍ରତି ମଧ୍ୟ ତାଙ୍କର ରୁଚି ରହିଥିଲା । ସେଥିମଧ୍ୟରୁ ଗୋଟିଏ ହେଉଛି ଫରଫ୍ୟୁମ୍ । ଏକଥା ବୋଧହୁଏ ବହୁତ କମ୍ ଲୋକ ଜାଣିଥିବେ ଯେ, ଲତାଙ୍କର ବିଭିନ୍ନ ପ୍ରକାରର ଫରଫ୍ୟୁମ୍ ପ୍ରତି ବହୁତ ସୌକ ଥିଲା । ଲତାଙ୍କ ୭୦ତମ ଜନ୍ମଦିବସ ଅବସରରେ ତାଙ୍କର ଆତ୍ମୀୟସ୍ୱଜନମାନେ ତାଙ୍କ ନାମରେ ଏକ ପରଫ୍ୟୁମ୍ ପ୍ରସ୍ତୁତ କରିଥିଲେ । ଲତା ତାଙ୍କର ବନ୍ଧୁ, ପରିଜନଙ୍କୁ ଫରଫ୍ୟୁମ୍ ଉପହାର ଭାବେ ପ୍ରଦାନ କରୁଥିଲେ ।

ଲତାଙ୍କ ଫେସବୁକ ଫ୍ୟାନ ପେଜରେ ମଧ୍ୟ ପରଫ୍ୟୁମ୍ ବାବଦରେ ଗତ ୨୦୨୦ ମସିହାରେ ଉଲ୍ଲେଖ କରାଯାଇଥିଲା । ଲତା ସେଥିରେ ଲେଖିଥିଲେ- ‘ମୋତେ ପରଫ୍ୟୁମ୍ ବହୁତ ପସନ୍ଦ ଲାଗେ । ମୁଁ ଏହାର ବ୍ୟବହାର ଆରମ୍ଭରୁ କରି ଆସୁଛି । ମୁଁ ନିଜର ପ୍ରିୟ ପରିଜନ ଓ ଶୁଭେଚ୍ଛୁଙ୍କୁ ଫରଫ୍ୟୁମ୍ ଗିଫ୍ଟ ଭାବେ ପ୍ରଦାନ କରିଥାଏ । ଯେତେବେଳେ ମୁଁ ବିଦେଶ ଯାଏ, ସେ ସମୟରେ ପ୍ୟାରିସ ବ୍ରାଣ୍ଡର ପରଫ୍ୟୁମ୍ ଆଣିବାକୁ ଜମାରୁ ଭୁଲି ନଥାଏ । ହ୍ୱାଇଟ ଲିନେନ୍ ପରଫ୍ୟୁମ୍ ମୋର ସବୁଠାରୁ ପ୍ରିୟ ।’

ଏଥିସହ ଏକ ସାକ୍ଷାତକାରରେ ଲତା କହିଥିଲେ ଯେ, ‘ମୋତେ ପରଫ୍ୟୁମ୍ ବହୁତ ପସନ୍ଦ ଥିବାରୁ ମୋର ଛୋଟ ଭାଇ ଭଉଣୀମାନେ ମିଶି ମୋ ନାମରେ ଏକ ଫରଫ୍ୟୁମ୍ ତିଆରି କରିଥିଲେ । ଏହା ଦେଶରେ ଓ ବିଦେଶରେ ମଧ୍ୟ ଲଞ୍ଚ କରାଯାଇଥିଲା । ମୋର ପିତା ଗୋଆରେ ଥିବା ସମୟରେ ଭଲ ବ୍ରାଣ୍ଡର ପରଫ୍ୟୁମ୍ ବ୍ୟବହାର କରୁଥିଲେ । ତାଙ୍କ ପାଇଁ ମୋତେ ତାହା ଧୀରେଧୀରେ ପସନ୍ଦ ଆସିବା ସହ ଆମ ପରିବାରର ସମସ୍ତଙ୍କୁ ପରଫ୍ୟୁମର ଖୁସବୁ ବାନ୍ଧି ରଖିଥିଲା ।’ ସେହିପରି ଏକଦା ବଲିଉଡର ପ୍ରସିଦ୍ଧ ଗାୟିକା ଆଲକା ୟାଗ୍ନିକ କହିଥିଲେ ଯେ, ମୁଁ ଲତା ଦିଦିଙ୍କୁ ଜନ୍ମଦିନରେ ପରଫ୍ୟୁମ୍ ଉପହାର ପ୍ରଦାନ କରିଥାଏ, କାରଣ ଏହାକୁ ସେ ବହୁତ ଭଲ ପାଆନ୍ତି ।

Get real time updates directly on you device, subscribe now.