fbpx

୯୦୦ ଟଙ୍କା ପାଇଁ ବାପାକୁ ମାରିଦେଲା ରାକ୍ଷସ ପୁଅ

ମୁମ୍ବାଇ: ମାତ୍ର ୯୦୦ ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ । ଏହିଭଳି ଏକ ଘଟଣା ମହାରାଷ୍ଟ୍ରରୁ ସାମନାକୁ ଆସିଛି । କେବଳ ୯୦୦ ଟଙ୍କା ପାଇଁ ନିର୍ଦ୍ଦୟୀ ପୁଅ ନିଜ ବାପାଙ୍କୁ ଏତେ ମାଡ଼ ମାରିଥିଲା ଯେ, ତାଭ୍କର ମୃତ୍ୟୁ ହୋଇଯାଇଥିଲା । ବର୍ତ୍ତମାନ ପୋଲିସ୍ ଅଭିଯୁକ୍ତ ପୁଅକୁ ଗିରଫ କରିନେଇଛି ।

ସୂଚନା ଯେ, ୩୫ ବର୍ଷିୟ ଅଭିଯୁକ୍ତ ରବିନ୍ଦ୍ର ମାଲୀ ନିଜ ବାପାଙ୍କୁ ଟଙ୍କା ମାଗିଥିଲା । ୭୦ ବର୍ଷିୟ ବାପା ବ୍ୟାଙ୍କରୁ ୯୦୦ ଟଙ୍କା ଉଠା ଆଣିଥିଲେ । ଏହି ୯୦୦ ଟଙ୍କା ତାଙ୍କୁ ଏକ ସରକାରୀ ଯୋଜନା ଆଧାରରେ ମିଳୁଥିଲା । ତେବେ ଏହି ଟଙ୍କାକୁ ଅଭିଯୁକ୍ତ ପୁଅ ନିଜ ବାପାଙ୍କୁ ମାଗିଥିଲା । ହେଲେ ବାପା ଟଙ୍କା ଦେବା ପାଇଁ ମନା କରିଦେଇଥିଲେ । ଏହାପରେ ରାଗରେ ଆସି ଅଭିଯୁକ୍ତ ପୂଅ ନିଜ ବାପାଙ୍କୁ ଖୁବ୍ ଜୋରରେ ମାଡ଼ ମାରିଥିଲା ।

ଏହାପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି କ୍ରମରେ ତାଙ୍କର ପରିବାରର ଜଣେ ସଦସ୍ୟ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.