fbpx

୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ(ଏସଇସି) । ୧୦ ତାରିଖ ଦିନ ସକାଳ ୧୧ଟା ୩୦ ମିନିଟ୍ ରେ ଗୀତ ଗୋବିନ୍ଦ ସଭାଗୃହରେ ବୈଠକ ଅନୁଷ୍ଠିତ ହେବ । ପୌର ପରିଷଦ/ନିଗମ ଗୁଡ଼ିକର ନିର୍ବାଚନ ଅବାଧ ଓ ନିରପେକ୍ଷ ପାଇଁ ଏହି ବୈଠକ କରାଯିବ । ସର୍ବଦଳୀୟ ବୈଠକରେ ଦଳୀୟ ପ୍ରତିନିଧିଙ୍କ ସହିତ ବିଚାର ବିମର୍ଶ ହେବ ।

ସୂଚନାଯୋଗ୍ୟ, କୋଭିଡ୍ ମଧ୍ୟରେ ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ । ଏହାସହ ରାଜନୈତିକ ସଭାକୁ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ତେବେ ୩ ଶହ ଜଣଙ୍କୁ ନେଇ ରାଜନୈତିକ ସଭା କରାଯାଇପାରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.