fbpx

ମହିଳାଙ୍କ ଋତୁସ୍ରାବ ରକ୍ତକୁ ନେଇ IAS ଲେଖିଲେ ଏହି କଥା, ଭାଇରାଲ୍ ହେଉଛି ଟୁଇଟ୍

ନୂଆଦିଲ୍ଲୀ: ଦିଲ୍ଲୀ କମିଶନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ଅର୍ଥାତ୍ ଡିସିପିସିଆର୍ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଓ ଏହାକୁ ନେଇ ରହିଥିବା ସାମାଜିକ ଟାବୁ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ କରାଯାଇଛି । ଏହି ବିଷୟ ଉପରେ ଆଇଏଏସ୍ ଅଧିକାରୀ ସଜ୍ଜନ ଯାଦବଙ୍କର ଏକ ଟୁଇଟ୍ ଭାଇରାଲ ହେଉଛି ।

ସୂଚନା ଯେ, ଫେବୃଆରୀ ୫ ତାରିଖରେ ଋତୁସ୍ରାବ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ଟୁଇଟ୍ କରିଥିଲେ । ତେବେ ଏହି ଅଭିଯାନରେ #AbPataChalneDo ହ୍ୟାସଟ୍ୟାଗ୍ ର ବ୍ୟବହାର କରାଯାଉଛି । ଏହି ହ୍ୟାସଟ୍ୟାଗ୍ କୁ ବ୍ୟବହାର କରି ଅରବିନ୍ଦ କେଜ୍ରିୱାଲ୍ ଲେଖିଥିଲେ ଯେ, ଋତୁସ୍ରାବକୁ ନେଇ ସମାଜରେ ରହିଥିବା ଟାବୁକୁ ରୋକିବାକୁ ହେବ ଓ ଏହି ସମୟରେ ସଫାସୁତୁରା ଉପରେ ଚର୍ଚ୍ଚା କରିବାକୁ ହେବ । ତେବେ ଏହି କ୍ରମରେ ଆଇଏଏସ୍ ସଜ୍ଜନ୍ ଯାଦବ ଯେଉଁ ଟୁଇଟ୍ କରିଛନ୍ତି ତାକୁ ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି । ସଜ୍ଜନ ଯାଦବ ଭାରତ ସରକାରଙ୍କ ଅର୍ଥମନ୍ତ୍ରାଳୟର ଆଡିସନାଲ୍ ସେକ୍ରେଟାରୀ ଭାବରେ କାର୍ଯ୍ୟରତ ଅଛନ୍ତି ।

ସେ ଟୁଇଟ୍ କରି ଲେଖିଛନ୍ତି, ‘ଯଦି ପିରିଅଡ୍ ସମୟରେ ବାହାରୁଥିବା ରକ୍ତକୁ ଅପବିତ୍ର ଓ ଅଶୁଦ୍ଧ ବୋଲି ଧରାଯାଉଛି, ତାହେଲେ ଆମେ ପବିତ୍ର ହେବା ଦାବି ଠାରୁ ଖୁବ୍ ଦୁରରେ ଅଛେ । ଆମେ ମନେ ରଖିବା ଦରକାର ଯେ, ଆମ ଉପସ୍ଥିତି ଏହି ରକ୍ତ କାରଣରୁ ସମ୍ଭବ ହୋଇପାରିଛି । ଏହି ରକ୍ତ ଆମକୁ ଗର୍ଭରେ ପାଳନ ପୋଷଣ କରିଛି । ଏହି ଟାବୁକୁ ଶେଷ କରନ୍ତୁ’ । ସୋସିଆଲ୍ ମିଡିଆ ବ୍ୟବହାରକାରୀ ମାନେ ଏବେ ଏହି ଟୁଇଟ୍ କୁ ଖୁବ୍ ପସନ୍ଦ କରିଛନ୍ତି ଓ ରିଟୁଇଟ୍ କରି ପ୍ରଂଶସା ବି କରିଛନ୍ତି ।

 

Get real time updates directly on you device, subscribe now.