fbpx

ପୋଲିସରେ ଭର୍ତ୍ତି ହେବେ ଦ୍ୱାଦଶ ପାସ ପିଲା

ଦ୍ୱାଦଶ ଶ୍ରେଣୀ ପାସ ପିଲାମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରାଜ୍ୟ ପୋଲିସ ସେବାରେ ପାଇପାରନ୍ତି ସରକାରୀ ଚାକିରୀ । ଉତ୍ତରାଖଣ୍ଡ ପୋଲିସ ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଯଦି ଆପଣ ଦ୍ୱାଦଶ ପାସ, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ । UKSSSC ପୋଲିସ କନେଷ୍ଟବଳ ରିକ୍ର୍ୟୁଟମେଣ୍ଟ ୨୦୨୨ ପାଇଁ ଉତ୍ତରାଖଣ୍ଡ ପୋଲିସରେ କନେଷ୍ଟବଳ ଏବଂ ଫାୟାରମ୍ୟାନ ପଦବୀ ପାଇଁ ଭ୍ୟକାନ୍ସି ଆସିଛି । ଇଚ୍ଛୁକ ବା ଯୋଗ୍ୟ ପ୍ରାର୍ଥି ଟକଝଝଝଉ ର ଅଫିସିଆଲ ସାଇଟ sssc.uk.gov.in ମାଧ୍ୟମରେ ନିଜ ନାମ ପଞ୍ଜୀକୃତ କରି ପାରିବେ । ଏହି ଆବେଦନର ଶେଷ ତାରିଖ ୧୬ ଫେବୃୟାରୀ ଧାର୍ଯ୍ୟ କରାଯାଇଛି ।

୧୫୨୧ ପଦବୀ ପାଇଁ ଚୟନ ହେବେ ପ୍ରାର୍ଥି । ପ୍ରାର୍ଥିଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପାସ ଏବଂ ବୟସ ୧୮-୨୩(ପୁରୁଷ) ଏବଂ ମହିଳା(୧୮-୨୬) ହୋଇଥିବା ଆବଶ୍ୟକ । ୨୧୭୦୦ରୁ ୬୯୧୦୦ ପର୍ଯ୍ୟନ୍ତ ରହିବ ମାସିକ ଦରମା । ଦୁଇଟି ବିଭାଗରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମେ ଶରୀରିକ ଏବଂ ପରେ ଲିଖିତ ପରୀକ୍ଷା ସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମିଳିବ ଉତ୍ତରାଖଣ୍ଡ ପୋଲିସରେ ଭର୍ତ୍ତ ହେବାର ସୁଯୋଗ ।

Get real time updates directly on you device, subscribe now.