fbpx

ବଦଳିବ ପାଗ: ୩ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ପରିବର୍ତ୍ତନ ହେବ ପାଗ । ୯ରୁ ୧୦ ତାରିଖରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ । ତେଣୁ ଏହି ଦୁଇଦିନ ବର୍ଷା ହେବାର ସମ୍ଭାବନା ରହିଛି । ୯ରେ ଆଭ୍ୟନ୍ତରୀଣ ଓ ୧୦ରେ ଉପାନ୍ତରୁ ଉପକୂଳ ଯାଏଁ ପ୍ରଭାବ ରହିବ । ତେବେ ଆଜି ଠାରୁ ଘନ କୁହୁଡ଼ି ଅନୁଭୂତ ହେବ । ଆଗାମୀ ୩ ଦିନରେ ରାତି ତାପମାତ୍ରାରେ ୩ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । ଏନେଇ ଭୁନନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.