fbpx

୫ଟି ଆକ୍ସନ୍: ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ୫ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୂର୍ନୀତିଗ୍ରସ୍ତଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇଞ୍ଜିନିୟର୍, ସିଡିପିଓ, ଅଙ୍ଗନବାଡ଼ି ସୁପରଭାଇଜର୍, ପୁଲିସ୍ ଇନ୍ସପେକ୍ଟର୍, ରେଭିନ୍ୟୁ ସୁପରଭାଇଜର୍ ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସୂଚନା ଯେ, ଏଯାବତ୍ ୧୪୬ ଜଣ ଅଧିକାରୀଙ୍କୁ କଠୋର କାର୍ଯ୍ୟନୁଷ୍ଠାନ ବଶତଃ ବାଧ୍ୟତାମୂଳକ ଅବସର ଦିଆଗଲାଣି ।

ବିଦା ହୋଇଥିବା ସରକାରୀ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି; ବାରିପଦା ଆସିଷ୍ଟାଣ୍ଟ ଇଂଜିନିୟର ସନ୍ତୋଷ କୁମାର ଦାସ, ଜଗତସିଂହପୁର ବାଲିକୁଦାର ସିଡିପିଓ ସରଳା ଦେଇ, ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁ, ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପୋଲିସ ଇନ୍‌ସପେକ୍ଟର ରାମଚନ୍ଦ୍ର ବେହେରା, କେନ୍ଦୁଝର ସଦର ତହସିଲ କାର୍ୟ୍ୟାଳୟର ରାଜସ୍ୱ ସୁପରଭାଇଜର ହୃଦାନନ୍ଦ ସାହୁ ।

Get real time updates directly on you device, subscribe now.