fbpx

ଆସନ୍ତାକାଲି OSSTET ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ OSSTET ପରୀକ୍ଷା ହେବ । କୋଭିଡ୍ ଗାଇଡଲାଇନ୍ ରେ ୨ଟି ସିଟିଂରେ ହେବ ପରୀକ୍ଷା । ପ୍ରଥମ ସିଟିଂ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ସିଟିଂ ୧ରୁ ୩ଟା ୩୦ ପର୍ଯ୍ୟନ୍ତ ହେବ । ୬୮ ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି । ଏନେଇ ବୋର୍ଡ ପକ୍ଷରୁ ସୂଚନା ରହିଛି । ମାଲ୍ ପ୍ରାକ୍ଟିସ୍ ରେ ବୁକ୍ ହେଲେ ଆଉ OSSTET ପରୀକ୍ଷା ଦେଇପାରିବେ ନାହିଁ । ଏହା ବ୍ୟତୀତ ପରୀକ୍ଷାର୍ଥୀଙ୍କ ସହିତ ଷ୍ଟାଫ୍ ମାନଙ୍କୁ ମଧ୍ୟ ପରୀକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ୍ ବାରଣ କରାଯାଇଛି ।

Get real time updates directly on you device, subscribe now.