fbpx

ଆସନ୍ତା ୧୨ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବାରୁ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖଠାରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଏହି ଅବସରରେ ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଲିଙ୍ଗରାଜ ମନ୍ଦିରରେ ଏକାଥରକେ ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ନିମନ୍ତେ ଅନୁମତି ଦିଆଯାଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବିଏମସି ପକ୍ଷରୁ କୁହାଯାଇଛି ଯେ, ରାଜଧାନୀର ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ କୋଭିଡ-୧୯ ପ୍ରୋଟୋକଲକୁ ଅନୁସରଣ କରି ଖୋଲିବ । ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁମାନେ ସେମାନଙ୍କର ଟିକାକରଣର ସଫ୍ଟ କପି ମୋବାଇଲ ବା ଟାବଲେଟରେ ରଖିପାରିବେ । ଏଥିସହ ଶ୍ରଦ୍ଧାଳୁମାନେ ସେମାନଙ୍କ ଫଟୋ ପରିଚୟପତ୍ର ଦେଖାଇବେ । ଗର୍ଭଗୃହ ମଧ୍ୟକୁ କୌଣସି ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯିବ ନାହିଁ । ସାମାଜିକ ଦୂରତା ନିୟକୁ ପାଳନ କରି ସେମାନେ ଦର୍ଶନ କରିପାରିବେ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିରରେ ଭୋଗ ପ୍ରସ୍ତୁତ ହୋଇପାରିବ ନାହିଁ । ୧୫ ବର୍ଷରୁ କମ୍ ବୟସର ପିଲାମାନେ ଆଧାର କାର୍ଡ ଆଦି ପରିଚୟପତ୍ର ଦେଖାଇ ସେମାନଙ୍କ ଅଭିଭାବକଙ୍କ ସହ ମନ୍ଦିରକୁ ପ୍ରବେଶ କରିପାରିବେ । ଏହିନିୟମ ଚର୍ଚ୍ଚ, ଗୁରୁଦ୍ୱାରମାନଙ୍କରେ ମଧ୍ୟ ଲାଗୁ ହେବ ।

Get real time updates directly on you device, subscribe now.