fbpx

ICICI ବ୍ୟାଙ୍କ ଗ୍ରାହକ ଧ୍ୟାନ ଦିଅନ୍ତୁ: ଫେବୃଆରୀ ୧୦ ତାରିଖରୁ ବଢ଼ିବ ଏହି ଚାର୍ଜ, ଚେକ୍ କରନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଯଦି ଆପଣ ମାନେ ବି ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ ତାହେଲେ ଏହି ଖବର ଆପଣଙ୍କ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ବର୍ତ୍ତମାନ କ୍ରେଡିଟ୍ କାର୍ଡ ସମ୍ବନ୍ଧୀୟ ବିଭିନ୍ନ ଶୁଳ୍କରେ ପରିବର୍ତ୍ତନ ଆଣିଛି । ଏହି ସବୁ ପରିବର୍ତ୍ତନ ଫେବୃଆରୀ ୧୦ ତାରିଖରୁ ଲାଗୁ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ଆପଣ ମାନେ ଏହା ଉପରେ ଧ୍ୟାନ ଦିଅନ୍ତୁ । ନଚେତ୍ ଆପଣ ମାନଙ୍କୁ କ୍ଷତି ସହିବାକୁ ପଡ଼ିପାରେ ।

ବ୍ୟାଙ୍କ ବର୍ତ୍ତମାନ ଲେଟ୍ ପେମେଣ୍ଟ୍ ଫିସ୍ ସହିତ ବିଭିନ୍ନ ଶୁଳ୍କକୁ ବଢ଼ାଇ ଦେଇଛି । ନୂଆ ଚାର୍ଜ ଫେବୃଆରୀ ୧୦, ୨୦୨୨ରୁ ଲାଗୁ ହେବ । ଏହି କ୍ରମରେ ଯଦି ଆପଣଙ୍କ ଚେକ୍ ରିଟର୍ଣ୍ଣ ହୋଇଯାଉଛି ତାହେଲେ ବ୍ୟାଙ୍କ ଆପଣଙ୍କ ଠାରୁ ଡ୍ୟୁ ଆମାଉଣ୍ଟ୍ ଉପରେ ୨ ପ୍ରତିଶତ ଦର ଏକ୍ସଟ୍ରା ଚାର୍ଜ ଆଦାୟ କରିବ । ବ୍ୟାଙ୍କ ଏଥିପାଇଁ କମ୍ ସେ କମ୍ ୫୦୦ ଟଙ୍କା ଶୁଳ୍କ ଆଦାୟ କରିବ । ଅର୍ଥାତ୍ ଡ୍ୟୁ ପେମେଣ୍ଟ୍ ହିସାବରେ ଲେଟ୍ ପେମେଣ୍ଟ୍ ଫଇସ୍ ଲଗାଯିବ ।

ବ୍ୟାଙ୍କ କହିଛି ଯେ, ଡ୍ୟୁ ଆମାଉଣ୍ଟ୍ ଉପରେ ବର୍ତ୍ତମାନ ଲେଟ୍ ପେମେଣ୍ଟ୍ ଫିସ୍ ନିର୍ଭର୍ କରିବ । ଧ୍ୟାନ ଦେବା ଭଳି କଥା ହେଉଛି ଯଦି ଡ୍ୟୁ ଆମାଉଣ୍ଟ୍ ୧୦୦ ଟଙ୍କାରୁ କମ୍ ରହିଛି ତାହେଲେ କୌଣସି ଲେଟ୍ ପେମେଣ୍ଟ୍ ଫିସ୍ ଲାଗିବ ନାହିଁ । ୧୦୦ରୁ ୫୦୦ ଟଙ୍କା ଡ୍ୟୁ ଆମାଉଣ୍ଟ୍ ଉପରେ ୧୦୦ ଟଙ୍କା ଲେଟ୍ ପେମେଣ୍ଟ୍ ଚାର୍ଜ ଲଗାଯିବ । ସେହିପରି ୫୦୧ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଡ୍ୟୁ ଆମାଉଣ୍ଟ୍ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଆଦାୟ କରିବ ବ୍ୟାଙ୍କ୍ । ୫୦୦୧ ଟଙ୍କାରୁ ୧୦,୦୦୦ ଟଙ୍କାର ଡ୍ୟୁ ଆମାଉଣ୍ଟ୍ ଉପରେ ୭୫୦ ଟଙ୍କାର ଶୁଳ୍କ ହେବ ଆଦାୟ ।

ଏତଦବ୍ୟତୀତ ୧୦,୦୦୧ରୁ ୨୫,୦୦୦ଟଙ୍କା ଡ୍ୟୁ ଉପରେ ଆପଣଙ୍କୁ ୯୦୦ ଟଙ୍କା ଶୁଲ୍କ ଲାଗିବ । ସେହିପରି ୨୫,୦୦୧-୫୦,୦୦୦ ଟଙ୍କାର ବକେୟା ରାଶି ଉପରେ ଆପଣଙ୍କୁ ୧୦୦୦ ଟଙ୍କା ଓ ୫୦,୦୦୦ ଟଙ୍କାରୁ ଅଧିକ ବକେୟା ଉପରେ ଆପଣଙ୍କୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ହେବ ।

 

Get real time updates directly on you device, subscribe now.