fbpx

(Video) ସୋନାଲୀଙ୍କୁ ସୌମ୍ୟଙ୍କ ଶେଷ ହ୍ୱାଟସଆପ୍ ମେସେଜ

କିଛି କହିବାର ଅଛି… ମିସ୍ ଅଣ୍ଡରଷ୍ଟାଣ୍ଡିଂ ରଖନି… ଚିଡ଼େଇଲି ତୋତେ… ସାରସ୍ୱତ ସହ କଥା ହଉଚ?… ଆଉ ଟିକେ ରାଗିବୁ ବୋଲି ଯେମିତି ମୁଁ ଚିଡ଼ାଏ… ତମେ ସରି କହିବା ପାଇଁ ଫୋନ୍ କରିବ ଆଉ ମୁଁ ଏମିତି ପଚାରିବି?… ଏଇୟା ଠିକ ଭାବୁଛ?… ଖାଇକି ମେଡ଼ିସିନ ଖାଅ… ଆଣ୍ଡ କଲ୍ କର ଟିକେ… ମିସ୍ ଅଣ୍ଡରଷ୍ଟାଣ୍ଡିଂ ରଖନି… ସାରସ୍ୱତ ସହ କଥା ହେଲ ପଚାରିଲି ବୋଲି ରାଗିଲ ?… ସରି କହିବାର ଅଛି ଦେନ୍ ପୁଣି ପଚାରିଲି ସାରସ୍ୱତ ସହ କଥା ହେଉଛ… ଦେନ୍ ଚିଡ଼େଇଲି ଟିକେ ମୁଡ୍ ଠିକ ହେଇଯିବ ବୋଲି…. ଆଇ ଆମ୍ ସରି… ମୋର ଯାହା ହେବ ତୁମେ ଦାୟୀ… ଫୋନ୍ ଉଠାଅ… ଲାଷ୍ଟ ୱାର୍ଡ଼ ଶୁଣ…  । ଆଉ ତା’ ପରେ ଆଇଫୋନ ପାସୱାର୍ଡ଼ ଦେଲେ ଆଉ ତାପରେ ଶେଷ ମେସେଜ କଲେ ମୁଁ ଚାଲିଲି…

ଏସବୁ ଥିଲା ସୌମ୍ୟଙ୍କ ଶେଷ ମେସେଜ । ଯାହା ସେ ଆତ୍ମହତ୍ୟା ପୂର୍ବରୁ ସେଦିନ ସୋନାଲୀଙ୍କୁ ପଠାଇଥିଲେ । ରାତି ପ୍ରାୟ ୧୦ ଟାରୁ ଭୋର ତିନିଟା ପର୍ଯ୍ୟନ୍ତ ବାରମ୍ବାର ମେସେଜ ପରେ ମେସେଜ ଦେଇ ଚାଲିଥିଲେ ସୌମ୍ୟ । ଯେଉଁଥିରେ ସୋନାଲୀଙ୍କୁ ବାରମ୍ବାର କ୍ଷମା ମାଗୁଥିବା ଏଥିରେ ସ୍ପଷ୍ଟ ଦେଖାଯାଉଛି । ସୌମ୍ୟ ଏଥିରେ ଆହୁୂରି ବି ଲେଖିଛନ୍ତି ଯେ ଏମିତି ଭୁଲ ବୁଝାମଣା ରଖିବା ଠିକ ନୁହଁ ଯାହା କହିଥିଲି ଚିଡ଼େଇବା ପାଇଁ କହିଛି ତେଣୁ ଏବେ ଏ କଥାକୁ ଭୁଲ ବୁଝାମଣା ଆଡ଼କୁ ନିଅନି ବୋଲି ମଧ୍ୟ ସୌମ୍ୟ ସୋନାଲୀଙ୍କୁ କହିଥିବା ଦେଖାଯାଇଛି ।

ହେଲେ ସେପଟୁ ସୋନାଲୀ ନନ୍ଦଙ୍କର କୌଣସି ବି ପ୍ରତିକ୍ରିୟା ଆସିନି । ତେବେ ମାନସିକ ଭାବେ ଲୋକଟେ ହାରିଗଲା ପରେ ପାଖରେ କାହାକୁ ନା କାହାକୁ ଖୋଜେ । ଆଉ ବାରମ୍ବାର ପ୍ରତ୍ୟାଖ୍ୟାନ ତିରସ୍କାରର ଭୟ ହିଁ କେଉଁଠି ନା କେଉଁଠି ମଣିଷଟେ ଭିତରେ ଅଜଣା ଭୟ ସୃଷ୍ଟି କରେ । ଆଉ ତାହା ହିଁ ବଞ୍ଚିବାର ଖୁବ ଆଶା ନେଇ ବଞ୍ଚୁଥିବା ମଣିଷଟିକୁ ଆତ୍ମହତ୍ୟା ଆଡ଼କୁ ବାଟ କଡ଼େଇ ନିଏ । ତେଣୁ ହୁଏତ ସେଦିନ ସୋନାଲୀ ଯଦି ସୌମ୍ୟଙ୍କ ସହ କଥା ହୋଇଥାନ୍ତେ କିମ୍ବା ତାଙ୍କ ପରିବାରକୁ ଏ ବାବଦରେ ଜଣାଇଥାନ୍ତେ ତାହାଲେ ସୌମ୍ୟ ହୁଏତ ଆଜି ଜୀବିତ ଥାଆନ୍ତେ ଆଉ ଏକ ଆତ୍ମହତ୍ୟାକୁ ବି ଏଡ଼ାଇ ଦିଆଯାଇ ପାରିଥାନ୍ତା ।

Get real time updates directly on you device, subscribe now.