fbpx

ଟସ ଜିତି ଭାରତର ବ୍ୟାଟିଙ୍ଗ: ଦଳରେ ୪ ବଡ ପରିବର୍ତ୍ତନ, ପ୍ଲେଇଙ୍ଗ ଇଲେଭେନକୁ ଫେରିଲେ ଶିଖର

ଅହମ୍ମଦାବାଦ: ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆରେ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଛି ଟିମ ଇଣ୍ଡିଆ । ଦିନିକିଆ ସିରିଜ ତୃତୀୟ ତଥା ଶେଷ ମ୍ୟାଚରେ ୪ଟି ପରିବର୍ତ୍ତନ ସହିତ ମଇଦାନକୁ ଓହ୍ଳାଇଛି ରୋହିତ ସେନା । ଉପଅଧିନାୟକ କେ.ଏଲ ରାହୁଲଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି ଶିଖର ଧୱନ । କରୋନା ମହାମାରୀକୁ ହରାଇ ପ୍ରତ୍ୟାବର୍ତ୍ତନ କରିଥିବା ଶିଖରଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ମିଳିଛି ।

Shikhar Dhawan, Shreyas Iyer Return To Training After Recovering From COVID-19 Ahead Of 2nd ODI vs West Indies | Cricket News

ସେହିପରି ଅଲରାଉଣ୍ଡର ଦୀପକ ହୁଡ୍ଡାଙ୍କ ସ୍ଥାନରେ ଶ୍ରେସ ଅୟରଙ୍କୁ ଦଳରେ ସାମିଲ କରିଛନ୍ତି ରୋହିତ । ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ତୃତୀୟ ମ୍ୟାଚରେ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ଦୀପକ ଚହର ଏବଂ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ଦଳରେ ପ୍ରତ୍ୟାବର୍ତ୍ତନ କରାଯାଇଛି । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ମଧ୍ୟ ଏକ ପରିବର୍ତ୍ତନ ସହ ଭାରତକୁ ତୃତୀୟ ଦିନିକିଆରେ ଭେଟିବାକୁ ଯାଉଛି । ଅକିଲ ହୁସେନଙ୍କ ସ୍ଥାନରେ ହେଡେନ ୱାଲସଭ୍କ ଦଳରେ ସାମିଳ କରିଛନ୍ତି ଅଧିନାୟକ ନିକୋଲାସ ପୁରନ ।

Get real time updates directly on you device, subscribe now.