fbpx

କଚ୍ଚା ବାଦାମ ଗୀତର ପ୍ରକୃତ ମାଲିକଙ୍କୁ ମିଳିଲା ସମ୍ମାନିତ କଲା ପୋଲିସ ଡିପାର୍ଟମେଣ୍ଟ

ପଶ୍ଚିମବଙ୍ଗ: ସୋଶଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଗୀତରେ ଏବେ ଏକ ନମ୍ବରରେ ରହିଛି ‘କଚ୍ଚା ବାଦାମ’ । ଏହି ଗୀତକୁ ନେଇ ଅନେକ ଲୋକ ରିଲ କରିବାରେ ବ୍ୟସ୍ତ । ଏମିତି କି ଏହି ଗୀତରେ ରିଳ କରି କେତେ ଯେ ଲୋକ ରାତାରାତି ଷ୍ଟାର ବନି ଗଲେଣି । ଏଥିସହିତ ସୁପର ଷ୍ଟାର ବନି ଯାଇଛନ୍ତି ଏହି ଗୀତକୁ ଗାଇଥିବା ପଶ୍ଚିମବଙ୍ଗର ବାଦାମ ବିକ୍ରି କରୁଥିବା ଭୁବନ ବାଦକର ।

ସବୁଆଡେ ଏବେ ଚାଲିଛି କଚ୍ଚା ବାଦାମର ଚର୍ଚ୍ଚା । ତା ସହିତ ଗୀତର ପକୃତ ଗାୟକ ଭୁବନ ବାଦକରଙ୍କ ଚର୍ଚ୍ଚା । ତେବେ ତାଙ୍କର ଏହି ସଫଳତା ପାଇଁ ବଙ୍ଗଳା ପୋଲିସର ମହାନିର୍ଦ୍ଦେଶକ ମନୋଜ ମାଲଭିଆଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଭୁବନଙ୍କୁ ରାଜ୍ୟ ସଚିବାଳୟ ନାବନକୁ ନିମନ୍ତ୍ରଣ କରି ସମ୍ମାନିତ କରିଛନ୍ତି । ପୁଷ୍ପଗୁଚ୍ଛ ଦେଇ ଭୁବନଙ୍କୁ ସମ୍ମାନୀତ କରିଛନ୍ତି ବଙ୍ଗଳା ପୋଲିସର ମହାନିର୍ଦ୍ଦେଶକ ମନୋଜ ମାଲଭିଆ । ‘କଚ୍ଚା ବାଦାମ’ର ଏହି ଅପୂର୍ବ ସଫଳତା ପାଇଁ ଭୁବନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.