fbpx

IPL 2022: ଅଶ୍ୱିନୀ-ଶ୍ରେୟସ୍-ୱାର୍ନର୍, ମେଗା ଅକ୍ସନରେ ଅଛନ୍ତି ଏହି ୧୦ ମାର୍କି ପ୍ଲେୟର୍; ଯାହାଙ୍କ ଉପରେ ବର୍ଷିବ ଟଙ୍କା

ନୂଆଦିଲ୍ଲୀ: ଆଜିଠାରୁ ୨ଦିନ ଧରି ଚାଲିବ କ୍ରିକେଟର୍ ଆଇପିଏଲ୍ ନିଲାମ । ଆଇପିଏଲ୍ ୨୦୨୨ ନିଲାମରେ ୫୯୦ କ୍ରିକେଟର୍ ଙ୍କ ନାଁ ସାମିଲ ରହିଛି । ନିଲାମରେ ଥିବା କ୍ରିକେଟରଙ୍କ ମଧ୍ୟରେ ରହିଛି ୨ ଓଡ଼ିଆଙ୍କ ନାଁ । ଆଜି ଦିନ ୧୧ଟାରୁ ଆରମ୍ଭ ହେବ କ୍ରିକେଟର୍ ମହାନିଲାମୀ । ଅନ୍ୟପଟେ ଚଳିତ ଥର ୮ଟି ଟିମ୍ ନୁହେଁ ବରଂ ଖେଳିବେ ୧୦ଟି ଟିମ୍ । ଏହି ମେଗା ନିଲାମୀର ଆରମ୍ଭ ୧୦ ମାର୍କି ଖେଳାଳୀଙ୍କ ନିଲାମରୁ ଆରମ୍ଭ ହେବ । ଯାହାଙ୍କର ବେସ୍ ପ୍ରାଇସ୍ ୨-୨ କୋଟି ଟଙ୍କା ହେବ ।

ମାର୍କି ଖେଳାଳୀ ତାଲିକାରେ ଚାରି ଜଣ ଭାରତୀୟ ଏବଂ ୬ଜଣ ବିଦେଶୀ ଖେଳାଳୀ ସାମିଲ ରହିଛନ୍ତି । ତାହେଲେ ଚାଲନ୍ତୁ ଜାଣିବା କିଏ ଏହି ୧୦ ଖେଳାଳୀ । ସେମାନେ ହେଉଛନ୍ତି ରବିଚନ୍ଦ୍ରନ୍ ଅଶ୍ୱିନୀ, ଟ୍ରେଣ୍ଟ୍ ବୋଲ୍ଟ, ପେଟ୍ କମିନ୍ସ, କ୍ୱିଣ୍ଟନ୍ ଡିକକ୍, ଶିଖର ଧାୱନ୍, ଫାଫ୍ ଡୁ ପ୍ଲେସିସ୍, ଶ୍ରେୟସ୍ ଆୟର୍, କେଗିସୋ ରବାଡା, ମହମ୍ମଦ୍ ସାମୀ ଓ ଡେଭିଡ୍ ୱାର୍ନର୍ ।

Get real time updates directly on you device, subscribe now.