fbpx

ଗ୍ୟାସ ଟାଙ୍କି ବିସ୍ଫୋରଣ: ଉଡ଼ିଗଲା ୫ ବଖରା ଘର, ଜଣେ ଗୁରୁତର

ଗ୍ୟାସ ଟାଙ୍କି ଫାଟି ଜଣେ ଆହତ ଓ ଜଣେ ଗୁରୁତର । ଏହି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ତୁଲୁଣ୍ଡା ଗ୍ରାମପଞ୍ଚାୟତର ନର୍ଡା ଗାଁରେ  । ନର୍ଡା ଗାଁର କୈଳାସ ରଣାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ କୈଳାଶଙ୍କ ସ୍ତ୍ରୀ କିଶୋରୀ ରଣା ଆହତ ହୋଇଥିବା ବେଳେ କୈଳାଶ ଗୁରୁତର ହୋଇଛନ୍ତି ।

ଉଭୟଙ୍କୁ ଉଦ୍ଧାର କରାଯାଇ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି, ତେବେ କିଶୋରୀଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବାବେଳେ କୈଳାଶ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଅଘଟଣାରେ ଦୁଇ ବଖରା ଛାତ ଘର ଏବଂ ୩ ବଖରା ଛପର ଘର ଧୂଳିସାତ ହୋଇଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.