fbpx

ପ୍ରଚାର କରି ସସପେଣ୍ଡ ହେଲେ ଶିକ୍ଷକ: ନିର୍ବାଚନ ପ୍ରଚାର କରିଥିବା ନେଇ ହୋଇଥିଲା ଅଭିଯୋଗ

ବଲାଙ୍ଗିର: ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୁଇଁତଳା ବ୍ଳକ ଲୁକାପଡ଼ା ସ୍କୁଲ ଶିକ୍ଷକ ତରଣୀସେନ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କଲେ ଡିଇଓ । ଶିକ୍ଷକ ତରଣୀସେନଙ୍କ ନାଁରେ ନିର୍ବାଚନ ପ୍ରଚାର ଅଭିଯୋଗ ଥିଲା ।

ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରି ଦୁଇଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଦୁଇ ଶିକ୍ଷକ ହେଲେ ଯାଜପୁର ବରୀ ବ୍ଲକ ଗମୁ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୁମର ଚନ୍ଦ୍ର ଶୁକ୍ଳା ଓ ସେରପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନକୁଳ ଚନ୍ଦ୍ର ରାଉତ  ।

Get real time updates directly on you device, subscribe now.