fbpx

ଜୀବନକୁ ନାହିଁ ଭୟ, ୧୨ ମହଲାର ବାଲକୋନୀରୁ ତଳକୁ ଝୁଲି ଏକ୍ସରସାଇଜ୍ କରୁଛନ୍ତି ଯୁବକ; ଦେଖନ୍ତୁ ଭିଡିଓ

ଫରିଦାବାଦ୍: ଦୁନିଆରେ ଏପରି କିଛି ଲୋକ ରହିଛନ୍ତି ଯେଉଁ ମାନେ ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଏବଂ ବିପଦଜନକ ଷ୍ଟଣ୍ଟ୍ ଆଦି କରିବାକୁ ଯାଇ ଅନେକ ସ୍ତରକୁ ଚାଲିଯାଉଛନ୍ତି । ଏହିଭଳି ଭିଡିଓ ସୋସିଆଲ୍ ମିଡିଆରେ ଅନେକ ସମୟରେ ଆମେ ଦେଖିବାକୁ ପାଇଥାଉ । ବର୍ତ୍ତମାନ ସେହିଭଳି ଏକ ଭିଡିଓ ସାମନାକୁ ଆସିଛି । ଜଣେ ଯୁବକ ଏକ ବିଲ୍ଡିଂର ୧୨ ନମ୍ବର ମହଲାର ବାଲକୋନୀରୁ ତଳକୁ ଝୁଲି ଏକ୍ସରସାଇଜ୍ କରୁଥିବା ନଜର ଆସିଛନ୍ତି । ଭିଡିଓଟି ଖୁବ୍ ବିପଦଜନକ ଦେଖୀାଯାଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକ ଜଣକ ବାଲକୋନୀର ରେଲିଂ ବା ରଡ୍ କୁ ଧରି ତଳକୁ ଝୁଲି ଏକ୍ସରସାଇଜ୍ କରୁଛନ୍ତି । ବିଲ୍ଡିଂର ୧୨ ନମ୍ବର ଫ୍ଲୋର୍ ରୁ ଉକ୍ତ ଯୁବକ ଏହିଭଳି ବିପଦଜନକ ଭାବେ ବ୍ୟାୟାମ କରୁଛନ୍ତି । ଭିଡିଓଟି ବିପରୀତ ବିଲ୍ଡିଂର ଜଣେ ବ୍ୟକ୍ତି ନିଜ କ୍ୟାମେରାରେ କଏଦ୍ କରିଛନ୍ତି ।

ସୂଚନା ଯେ, ଦିପକ ମଲ୍ଲିକ(୫୬) ନାମକ ଏହି ଯୁବକ ହେଉଛନ୍ତି ଜଣେ ମାନସିକ ରୋଗୀ । ତାଙ୍କର ଗୋଟିଏ ୨୮ ବର୍ଷିୟ ପୁଅ ମଧ୍ୟ ରହିଛି । ଏହି ଭିଡିଓଟି ଭାଇରାଲ୍ ହେବା ପରେ ଆରଡବ୍ଲୁଏ ଅଫିସର୍ ମାନେ ତାଙ୍କ ପରିବାରକୁ ଦିପକଙ୍କ ଧ୍ୟାନ ରଖିବା ଓ ନଜର ରଖିବାକୁ ପରାମର୍ଶ କରିଛନ୍ତି ।

Get real time updates directly on you device, subscribe now.