fbpx

ASP ତ୍ରିନାଥ ମିଶ୍ରଙ୍କ ଆଖି ଲାଖିବା ପରି ସମ୍ପତ୍ତି, ଭିଜିଲାନ୍ସ ଅଧିକାରୀ ବି ତାଜୁବ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମ୍ୟୁନିକେସନ୍ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆଖିଖୋସା ସମ୍ପତ୍ତିର ଚିଠା ସାମନାକୁ ଆସିଛି । ଏପର୍ଯ୍ୟନ୍ତ ମିଳିଥିବା ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ମାନେ ମଧ୍ୟ ତାଜୁବ୍ ହୋଇଯାଇଛନ୍ତି । ଚଣ୍ଡିଖୋଲରେ ଶାନ୍ତିଲତା କେୟାର ହସ୍ପିଟାଲ, ଔଷଧ ବ୍ୟବସାୟ ରହିଛଇ ଓ ଉଭୟ ହସ୍ପିଟାଲ-ଔଷଧ କାରବାର ପତ୍ନୀଙ୍କ ନାଁରେ ରହିଛି । ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତିର ମୂଲ୍ୟାୟନ ଚାଲୁ ରହିଛି । ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଟ୍ରାନ୍ସପୋର୍ଟ ବ୍ୟବସାୟ ଯାହାର ନାମ ଶାନ୍ତିଲତା ଟ୍ରାନ୍ସପୋର୍ଟ ମଧ୍ୟ ରହିଛି । କଟକ ମହାନଦୀ ବିହାରରେ ଦୁଇ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ । ଏସବୁ ବ୍ୟବସାୟ ବ୍ୟତୀତ ତ୍ରିନାଥଙ୍କର ଅମାପ ସମ୍ପତ୍ତି ଠାବ ହେବାରେ ଲାଗିଛି ।

ତ୍ରିନାଥଙ୍କର ଅନେକ ଜିଲ୍ଲାରେ ଫ୍ଲାଟ୍, ଇଷ୍ଟେଟ୍ ଆଦି ରହିଛି । ଭୁବନେଶ୍ୱର ରସୁଲଗଡ଼ ମନୋରମା ଇଷ୍ଟେଟ୍ ରେ ୩ବିଏଚକେ ଫ୍ଲାଟ୍, ଯାଜପୁର ଜିଲ୍ଲା ବଡ଼ଚଣାରେ ଫର୍ମା ହାଉସ୍ ରହିଛି । ଭୁବନେଶ୍ୱର ଓ ଯାଜପୁରରେ ଥିବା ୩ଟି ପ୍ଲଟ୍ , ନଗଦ ୩.୫ ଲକ୍ଷ ଟଙ୍କା ଠାବ ହୋଇଛି । ଏହା ବ୍ୟତୀତ ତାଙ୍କର ଅନେକ ଦାମୀ ଗାଡ଼ି ଓ ବାଇକ୍ ରହିଛି । ତ୍ରିନାଥଙ୍କର ଏକ କାର୍ ର ଦାମ୍ ଏକ କୋଟି ବୋଲି ଜଣାପଡ଼ିଛି । ସକାଳୁ ଏପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି । ଏଥିରେ ଜଗତସିଂହପୁରର ଦଳେଇଘାଇରେ ଥିବା ତ୍ରିନାଥଙ୍କ ଡାଇଭର୍ ଙ୍କ ଘରେ ବି ଚାଲିଛି ରେଡ୍ । ଆଉ ଏହି ଚଢ଼ାଉରେ ୩ ଜଣ ଏଏସପି, ୧୦ ଜଣ ଡିଏସପି, ୧୩ ଇନ୍ସପେକ୍ଟର୍ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ରହିଛନ୍ତି ।

ଏଏସପି ତ୍ରିନାଥଙ୍କର ଅନେକ ଦାମୀ ଗାଡ଼ି ଠାବ କରାଯାଇଛି । ଠାବ ହୋଇଥିବା ସବୁ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ୦୦୦୫ । ୧ କୋଟି ୧୧ ଲକ୍ଷର ବିଏମଡବ୍ଲୁ ଏକ୍ସ ୭ କାର୍ ନମ୍ବର- ଓଡି୦୫ଏଭି-୦୦୦୫ । ୧୭ ଲକ୍ଷର ହ୍ୟୁଣ୍ଡାଇ କ୍ରେଟା କାର୍ ନମ୍ବର- ଓଡି୦୫ଏକ୍ସ-୦୦୦୫, ମାରୁତି ବଲେନୋ କାର୍ ନମ୍ବର- ଓଡି୦୫ଆର୍-୯୦୦୫, ସେଭ୍ରୋଲେ ଟେଲବ୍ଲେଜର୍ କାର୍ ନମ୍ବର- ଓଡି୦୫ଏସ୍-୦୦୦୫, ୫.୩ ଲକ୍ଷର ଜିଟିଆର୍ ୨୫୦ ହୋସୁଙ୍ଗ ବାଇକ୍-ନମ୍ବର- ଓଡି୦୫ଏମ୍-୦୦୦୫, ୧ ଲକ୍ଷ ୭୫ ହଜାର ମୁଲ୍ୟର ବୁଲେଟ୍- ନମ୍ବର- ଓଡି୦୫ଏଏକ୍ସ-୦୦୦୫, ୨୦ ଲକ୍ଷର ଟ୍ରମ୍ଫ ରକେଟ୍ ବାଇକ୍ ନମ୍ବର- ଓଡି୦୫ଏଜେଡ୍-୦୦୦୫ । ଏହିସବୁ ଗାଡ଼ି ତ୍ରିନାଥଙ୍କ ଠାରୁ ଠାବ କରାଯାଇଛି ।

Get real time updates directly on you device, subscribe now.