fbpx

ପ୍ରଧାନମନ୍ତ୍ରୀଙ୍କୁ ପ୍ରପୋଜ କରିଥିଲେ ଏହି ଦେହଜୀବୀ ! ଜାଣନ୍ତୁ ପରଦା ପଛର ସତ କାହାଣୀ

ହିରୋଇନ ହେବା ବାଟ ବଦଳିଗଲା… ହୋଇଗଲେ ରେଡ଼ ଲାଇଟ ଅଞ୍ଚଳର ରାଣୀ ମହୁମାଛି । ସ୍ୱପ୍ନ ମଉଳି ଗଲା ଛାତି ପଥର ହୋଇଗଲା , ଲୁହ ଶୁଖିଗଲା ହସ ହସ ମୁହଁରେ ମେକଅପ ପାଉଡ଼ର ନେଇ ବନିଗଲେ ରାଣୀ ମହୁମାଛି ।

ନାଁ ହେଉଛି ଗଙ୍ଗୁବାଇ । ଆଜିବି ମୁମ୍ବାଇର କମାଥୀପୁରାର ବେଶ୍ୟାଳୟରେ ଲାଗିଛି ଫଟୋ , ଦେହଜୀବିମାନେ ଗଙ୍ଗୁବାଇଙ୍କୁ  ପୁଜା କରୁଛନ୍ତି । ତାଙ୍କ ସାହାସିକତା ଆଉ ତାଙ୍କ ଜୀବନର ସଘର୍ଷକୁ ପ୍ରେରଣା ମାନୁଛନ୍ତି । ଯାହାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ବି ଦିନେ ନିଜେ ଘରକୁ ଡାକିଥିଲେ ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ବିବାହ କରିବାକୁ ପ୍ରପୋଜ ମଧ୍ୟ କରିଥିଲେ ଗଙ୍ଗୁବାଇ  । ଏତିକି ନାହିଁ ସେ ଜଣେ ଏଭଳି ବେଶ୍ୟା ଯିଏ ନିଜ ସହ ହୋଇଥିବା ଅନ୍ୟାୟଙ୍କୁ ନେଇ ଜଣେ ଅଣ୍ଡରୱାର୍ଲ୍ଡ ଡନରେ ଘରେ ପହଞ୍ଚିଯାଇଥିଲେ  ।

ଗଙ୍ଗୁବାଈଙ୍କ ପ୍ରକୃତ ନାମ ଥିଲା ହରଜୀବନ ଦାସ ଏବଂ କାଢ଼ିଆୱାଡ ଥିଲା ତାଙ୍କ ଗାଁର ନାମ କିନ୍ତୁ ଫିଲ୍ମରେ ତାଙ୍କ ନାଁ ଗଙ୍ଗୁବାଈ କାଠିଆୱାଡି ରଖାଯାଇଛି ଯାହା ପ୍ରକୃତ ନାଁ ନୁହେଁ । ତେବେ ବେଶ୍ୟାବୃତ୍ତିକୁ ଆସିବା ପରେ ନାମ ଗଙ୍ଗାରୁ ଗଙ୍ଗୁବାଇ ରଖିଥିଲେ । ଯାହା ଧୀରେ ଧୀରେ ହୋଇଗଲା କାଠିଆୱାଡ଼ୀ ।

ତାଙ୍କ ବାପା ପେଷାରେ ଥିଲେ ଜଣେ ଓକିଲ । ତାଙ୍କୁ ଫିଲ୍ମର ସଉକ ଥିଲା । ଆଶା ପାରେଖ ଏବଂ ହେମାମାଳିନୀଙ୍କ ଫ୍ୟାନ ଥିଲେ ଏବଂ ମୁମ୍ବାଇ ଆସି ଫିଲ୍ମରେ ହିରୋଇନ ହେବାକୁ ଚାହୁଥିଲେ । କିନ୍ତୁ  ତାଙ୍କ ବାପାଙ୍କ ଆକାଉଣ୍ଟାଣ୍ଟ ରମନିକ ଲାଲଙ୍କ ପ୍ରେମରେ ପଡ଼ିଯାଇଥିଲେ  । କିନ୍ତୁ ତାଙ୍କ ପରିବାର ଏହାର ବିରୋଧ କରିଥିଲେ । ଏହାପରେ ଉଭୟ ଗୁଜୁରାଟର କାଠିଆବାଡରୁ ମୁମ୍ବାଇ ଚାଲିଆସିଥିଲେ । ଏଠାରେ କିଛିଦିନ ହୋଟେଲରେ ରହିଥିଲେ ଏବଂ ଏହାପରେ ଗୋଟିଏ ଦିନ ରମଣିକ ସେମାନଙ୍କ ପାଇଁ ଘର ଖୋଜିବାକୁ ଚାଲିଯାଇଥିଲେ । ଘର ନମିଳିବା ପର୍ଯ୍ୟନ୍ତ ରମଣିକ୍ ଗଙ୍ଗାଙ୍କୁ ତାଙ୍କ ମାଉସୀ ଘରେ ରଖିଥିଲେ ।  କିନ୍ତୁ ତାହା କୌଣସି ମାଉସୀର ଘର ନଥିଲା ।  ଏହା ଥିଲା କମାଥୀପୁରା ମୁମ୍ବାଇର ଏକ ବଦନାମ ରେଡ ଲାଇଟ ଅଞ୍ଚଳ । କେବଳ ୫୦୦ ଟଙ୍କାରେ ରମଣିକ ତାଙ୍କୁ ବିକି ଦେଇଥିଲା ।

ଏଠାରୁ ଆରମ୍ଭ ହୋଇଥିଲା ଗଙ୍ଗାରୁ ଗଙ୍ଗୁବାଈ ହେବାର ଯାତ୍ରା । ପ୍ରଥମେ ସେ ମନା କରିଥିଲେ ଅନେକ କାନ୍ଦିଥିଲେ ନେହୁରା ହୋଇଥିଲା । ସେଶରେ  ହାରିଯାଇଥିଲେ  ଏହାପରେ  ବନିଯାଇଥିଲେ ଗଙ୍ଗୁବାଈ ଜଣେ ସେକ୍ସ ୱାର୍କର ।  ଅଳ୍ପଆଲୁଅରେ  ଅଜଣା ଲୋକଙ୍କ ସହ ଦେହ ବାଣ୍ଟିଲେ । ସେପଟେ ଅଣ୍ଡର ୱାର୍ଲ୍ଡ ଡ଼ନ କରିମ ଲାଲାକୁ ଭାଇ ବନାଇ ରାତା ରାତି ଗଙ୍ଗୁବାଇ ପାଲଟିଯାଇଥିଲା ମାଫିଆ  କ୍ୱିନ୍ । ଡନର ଭଉଣୀଭାବେ ବଢିଲା ଦବଦବା । ହୋଇଯାଇଥିଲେ କାମାଥିପୁରର ଲିଡ଼ର ।

ତେବେ ଏହାରି ମଧ୍ୟରେ ସରକାର କମାଥିପୁରାରୁ ସେକ୍ସ ୱାର୍କରଙ୍କୁ ହଟାଇବାକୁ ଚାହୁଥିଲେ । ଏହାକୁ ବିରୋଧ କରିଥିଲେ ଗଙ୍ଗୁବାଈ  । ସେ କହୁଥିଲେ ସେକ୍ସ ୱାର୍କରଙ୍କୁ କେହି ବିବାହ କରିବେନି ତାଙ୍କୁ କାମରେ ରଖିବେନି ଏମିତିରେ ତାଙ୍କ ଠାରୁ ଏହି କାମ ଛଡ଼ାଇନେଲେ ସେମାନେ  ବଞ୍ଚିବେ କିପରି  । ସେ ଆହୁରି ମଧ୍ୟ କହିଥିଲେ ଯଦି କମାଥିପୁର ବନ୍ଦ କରିଦିଆଯିବ ତେବେ ସହରର ଯୌନ ନିର୍ଯ୍ୟାତନା ବଢ଼ିବ ।

ଏଭଳି ବିରୋଧକରିବାରୁ  ପ୍ରଧାନମନ୍ତ୍ରୀ ଜବହାର ଲାଲ ନେହେରୁ ନିଜେ ତାଙ୍କୁ ତାଙ୍କ ଘରକୁ ଡାକିଥିଲେ ।  ବେଶ୍ୟାବୃତି କାମ ଛାଡ଼ିଦେବାକୁ କହିଥିଲେ , କିିନ୍ତ ଗଙ୍ଗୁବାଇ  ବାହା ବେବାକୁ ପ୍ରପୋଜ କରି କହିଥିଲେ ଆପଣ ମୋତେ ବହାବେ ଯଦି ତାହେଲେ ଏହି ବେଶ୍ୟା ବୃତି ମୁଁ ଛାଡ଼ିଦେବି । ଗଙ୍ଗୁ ବାଇଙ୍କର ,ଏଭଳି କଥା ଶୁଣି ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଆଉ କିଛି ବାହାରି ନଥିଲା ।

ଆଉ ସେହି ସମୟରେ ତାଙ୍କ ପାଖରେ ୧୫୦ ରୁ ଉର୍ଧ ସେକ୍ସ ୱାର୍କର ମଧ୍ୟ କାମ କରୁଥିଲେ । ଏବଂ ସେମାନଙ୍କର ଇନକମରୁ  ୪୦ % ସେ ତାଙ୍କ ପାଖୋର ରଖୁଥô୍ଲେ । ତେବେ କ’ଣ ପାଇଁ ତାଙ୍କୁ ସ୍ୱତନ୍ତ୍ର ବୋଲି କୁହାଯାଉଥିଲା ଏବଂ ଆଜିବି କମାଥିପୁରାରେ ସବୁ ବେଶ୍ୟାଳୟରେ କାହିଁକି ତାଙ୍କ ଫଟୋକୁ ପୂଜା କରାଯାଉଛି ।

କାରଣ ଯଦିଓ ସେ ସେକ୍ସ ୱାର୍କର ଭାବରେ କାମ କରୁଥିଲେ କିନ୍ତୁ ସେ ସୁବୁବେଳେ ଏହାକୁ ପ୍ରଫେସନାଲ ହିସାବରେ ନେଇଥିଲେ ଏବଂ ସେ ସବୁବେଳେ ଚାହୁଥିଲେ ଯେମିତି ତାଙ୍କ ସହ ଯାହା ଘଟିଛି ତାହା ଅନ୍ୟ କାହା ସହ ନଘଟୁ । ତେଣୁ ଯିଏ ସେଠାରେ କାମ କରିବାକୁ ଆସୁଛନ୍ତିି ସେମାନଙ୍କ ନିଜ ଇଚ୍ଛାକୁ ସେ ମହତ୍ୱ ଦେଉଥିଲେ  ଏବଂ ଯଦି କୌଣସି ଝିଅଙ୍କୁ ସେଠାକୁ ପ୍ରଲୋଭନ ଦେଖାଇ ଅଣାଯାଇଥାଏ ତେବେ ସେ ସେମାନଙ୍କୁ ଘରକୁ ପଠାଇଦେଉଥିଲେ । ସେ ତାଙ୍କର ସବୁ ସ୍କେକ୍ସ ୱାର୍କରଙ୍କ ଧ୍ୟାନ ରୁଖିଥିଲେ । ଏମିତିକି ପେନସନ ମଧ୍ୟ ଦେଉଥିଲେ । ଏଥିପାଇଁ ତାଙ୍କୁ ମାନ ସମ୍ମାନ ମିଳୁଥିଲା । ଏହା ସହ ସେ ଅନେକ ଏନଜିଓ ସହ ଜଡ଼ିତ ଥିଲେ ଯେଉଁମାନେ ସେକ୍ସ ୱାର୍କରଙ୍କ ସୁଖ ଜୀବନ ହକ ପାଇଁ କାମ କରୁଥିଲେ ।

ଏବେବି କମାଥିପୁରା ରହିଛି ମୁମ୍ବାଇରେ କିନ୍ତୁ ଏମିତି ଆଜିବି କେତେ ଗଙ୍ଗା ରହିଛନ୍ତି ଯେଉଁମାନଙ୍କୁ ପ୍ରଲୋଭନ ଦେଖାଇ ଏାଂକୁ ଅଣାଯାଉଛି । କିନ୍ତୁ ଆଜି ସେମାନଙ୍କ ହକ ପାଇଁ କେହିଂ ଗଙ୍ଗୁ ନାହାଁନ୍ତି ଯିଏ ସେମାନଙ୍କ ହକ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆଜି ମଧ୍ୟ ଯାଇପାରିବ ।

ଗଙ୍ଗୁବାଈ କାଠିଆୱାଡ଼ିଙ୍କ କାହାଣୀ ଯାହାଙ୍କ ଉପରେ ଆସିବାକୁ ଥିବା ଫିଲ୍ମର ଟ୍ରେଲର ଏବେ ଇଣ୍ଟରନେଟରେ ବି ଧୁମ ମଚାଇଛି । କିନ୍ତୁ ଫିଲ୍ମରେ କାହାଣୀକୁ ସବୁବେଳେ ମସଲାଦାର କରାଯାଇଥାଏ । ଅନେକ ସମୟରେ ଅନେକ କାଳ୍ପନିକ ଘଟଣା ମଧ୍ୟ ଯୋଡ଼ାଯାଇଥାଏ । ଯେପରି ଏହା ଦର୍ଶକଙ୍କୁ ଭଲ ଲାଗିବ । ବୋରିଂ ନଲାଗିବା ପାଇଁ ଅନେକ କିଛି ଏଡିଟ୍ କରି ହଟାଇଦିଆଯାଇଥାଏ । ଆଉ ଏହାରି ମଧ୍ୟରେ ସବୁବେଳେ ଏକ ପ୍ରକୃତ ଚରିତ୍ର କୌଣସି ଷ୍ଟାର ଚରିତ୍ର ପଛରେ ଲୁଚିଯାଏ ।  କିନ୍ତୁ ଗଙ୍ଗୁବାଇ ହେଉଛନ୍ତି ପଛପଟର ସେହି ଅସଲି ଚରିତ୍ର ।

Get real time updates directly on you device, subscribe now.