ନିମ୍ନ ରକ୍ତଚାପ ସମସ୍ୟା ରହିଛି କି? ଜାଣନ୍ତୁ କଣ ଏହାର କାରଣ, ଲକ୍ଷଣ ଓ ନିରାକରଣ

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନର ବ୍ୟସ୍ତୁବହୁଳ ଜୀବନରେ ଅଧିକାଂଶ ଲୋକ ନିଜ ଜୀବନଶୈଳୀ ଉପରେ ବିଶେଷ ଧ୍ୟାନ ଦେଇପାରୁନାହାନ୍ତି । ଫଳରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି । ଗୋଟିଏ ପରେ ଗୋଟିଏ ରୋଗ ହେବା ଆରମ୍ଭ ହୋଇଯାଉଛି । ଏହି କ୍ରମରେ ରକ୍ତଚାପ ମଧ୍ୟ ହେଉଛି ଏହିପରି ଏକ ସମସ୍ୟା । ବୟସ ବଢ଼ିବା ସହିତ ଯଦି ସ୍ୱାସ୍ଥ୍ୟର ଉପଯୁକ୍ତ ଧ୍ୟାନ ନ ରଖାଯାଏ ତାହେଲେ ରକ୍ତଚାପରେ ଅନିୟମିତତା ଦେଖାଯାଇଥାଏ । ଅନେକ ଲୋକ ରକ୍ତଚାପକୁ ନଜର ଅନ୍ଦାଜ କରିଥାନ୍ତି ଯାହା ଆଗକୁ ଯାଇ ବଡ଼ ସମସ୍ୟାର କାରଣ ପାଲଟିଯାଏ । ତାହେଲେ ଚାଲନ୍ତୁ ଜାଣିବା କେଉଁ ଉପାୟରେ ରକ୍ତଚାପର କଣ ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ।

କଣ ଏହି ନିମ୍ନ ରକ୍ତଚାପ?

ନିମ୍ନ ରକ୍ତଚାପ କୁ ହାଇପୋଟେନ୍ସନ୍ ମଧ୍ୟ କୁହାଯାଇଥାଏ । ସୂଚନା ଅନୁସାରେ, ବ୍ଲଡ୍ ପ୍ରେସର୍ ଯଦି ୯୦/୬୦ ଏମଏମ୍ ଏଚଜିରୁ କମ୍ ହୋଇଯାଏ ତାହେଲେ ତାକୁ ନିମ୍ନ ରକ୍ତଚାପ ଶ୍ରେଣୀରେ ରଖାଯାଇଥାଏ । ସେହିପରି ସାଧାରଣ ରକ୍ତଚାପ ୧୨୦/୧୮୦ ଏମଏମ୍ ଏଚଜି ମଧ୍ୟରେ ରହିଥାଏ ।

କଣ ଏହାର ଲକ୍ଷଣ?

ଅନେକ ଲକ୍ଷଣ ରହିଛି ଯେଉଁଥିରୁ ନିମ୍ନ ରକ୍ତଚାପ ବା ହାଇପୋଟେନ୍ସସନ୍ କୁ ଚିହ୍ନାଯାଇପାରିବ । ଯେପରିକି ଧୂଆଁ ଧୂଆଁ ଦେଖାଯିବା, କନଫ୍ୟୁଜନ୍, ଡିପ୍ରେସନ୍, ଥଣ୍ଡା ଲାଗିବା, ଶୋଷ ଲାଗିବା, ନିଶ୍ୱାସ-ପ୍ରଶ୍ୱାସର ଗତି ସ୍ଲୋ ହୋଇଯିବା । ଏହିସବୁ ହେଉଛି ନିମ୍ନ ରକ୍ତଚାପର ଲକ୍ଷଣ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନିମ୍ନ ରକ୍ତଚାପ କାରଣରୁ ଶକ୍, ଷ୍ଟ୍ରୋକ୍ ଓ ଖାସ୍ କରି ହୃଦରୋଗ ଜନିତ ରୋଗ ଦେଖାଯାଇଥାଏ ।

ନିରାକରଣ:

ନିମ୍ନ ରକ୍ତଚାପକୁ ନିୟନ୍ତ୍ରଣ କରିବା ଏତେ ବି କଷ୍ଟ ନୁହେଁ । ଆପଣ ନିଜର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଏହି କ୍ରମରେ ଆପଣ ଭରପୁର ପାଣି ପିଅନ୍ତୁ, ଉପଯୁକ୍ତ ଡାଏଟ୍ ନିଅନ୍ତୁ, ଏକାସାଙ୍ଗରେ ଅଧିକ ଖାଦ୍ୟ ନ ଖାଇ ଅଳ୍ପ ଅଳ୍ପ କରି ଖାଆନ୍ତୁ, ଅଧିକ ଲୁଣ ଠାରୁ ଦୂରେଇ ରୁହନ୍ତୁ, ନିୟମିତ ବ୍ୟବଧାନରେ ରକ୍ତ ଶର୍କରା ସ୍ତର ଯାଞ୍ଚ କରନ୍ତୁ, ଥାଇରଏଡ୍ ବି ଚେକ୍ କରନ୍ତୁ, ଫଙ୍ଗଲ ଇନଫେକ୍ସନ୍ ଆଦିରୁ ନିଜକୁ ସୁରକ୍ଷିତ ରଖନ୍ତୁ ।