fbpx

ଜିଏସଟିରେ ହୋଇପାରେ ବଡ଼ ପରିବର୍ତ୍ତନ, ହୋଇପାରେ ଟ୍ୟାକ୍ସ ଛାଡ଼

ନୂଆଦିଲ୍ଲୀ: ରାଜ୍ୟମାନଙ୍କ ଆମଦାନୀ ବଢ଼ାଇବା ଏବଂ ଦରଦାମକୁ ସରଳ କରିବା ପାଇଁ ସରକାର ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନ କରିପାରନ୍ତି । ୨୦୧୭ ରୁ ଲାଗୁ ହୋଇଥିବା ଜିଏସଟି ବ୍ୟବସ୍ଥା ପରେ ରାଜ୍ୟମାନଙ୍କର ରାଜସ୍ୱରେ ହେଉଥିବା କ୍ଷତିକୁ କେନ୍ଦ୍ର ସରକାର ଭରଣ କରୁଛନ୍ତି । ଜିଏସଟି ପାଇଁ କେନ୍ଦ୍ର ସରକାର ଦେଉଥିବା କ୍ଷତିପୂରଣ ଚଳିତ ବର୍ଷ ଜୁନରେ ଶେଷ ହେବାକୁ ଯାଉଛି ।

ମିଳିଥିବା ସୂଚନା ଅପୁଯାୟୀ କେନ୍ଦ୍ର ସରକାର ଜିଏସଟି ପରିବର୍ତ୍ତନକୁ ଏକାସାଙ୍ଗରେ ଲାଗୁ କରାଯିବନାହିଁ ବରଂ ଏହାକୁ ଧୀରେ ଧୀରେ ଲାଗୁ କରାଯିବ । ଫଳରେ ସାମଗ୍ରୀ ଦର ଉପରେ ପରିବର୍ତ୍ତନର ପ୍ରଭାବ କମ ରହିବ । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ବଇଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିମଣ୍ଡଳ ଏନେଇ ବିସ୍ତୃତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବେ ।

ଏକ ରିପୋର୍ଟ ଅନୁଯାୟୀ ଜିଏସଟିରେ ପରିବର୍ତ୍ତନ କରାଯାଇ ଚାରି ସ୍ଲାବ ବଦଳରେ ତିନି ସ୍ଲାବ କରାଯିବ । ଏହାଦ୍ୱାରା  ଟ୍ୟାକ୍ସ ଛାଡ଼ ଏବଂ କଞ୍ଚାମାଲ ଉପରେ ଟ୍ୟାକ୍ସ ଛାଡ଼କୁ ନେଇ ରହିଥିବା ଅସନ୍ତୋଷ କୁ ଦୁର କରାଯାଇପାରିବ, ଏନେଇ ଅନେକ ଦିନରୁ ଚର୍ଚ୍ଚା ଜାରିରହିଥିଲା । ଟେକ୍ସଟାଇଲ ଇଣ୍ଡଷ୍ଟ୍ରୀର ଟ୍ୟାକ୍ସ ଛାଡ଼ ରେଟ ବଢ଼ିବାର ସମ୍ଭାବନା ଅଧିକ ରହିଛି ।

ସୂଚନାଯୋଗ୍ୟ, ୧ ଜୁଲାଇରେ ବର୍ତ୍ତମାନର ଜିଏସଟି ବ୍ୟବସ୍ଥାର ପାଞ୍ଚ ବର୍ଷ ପୂରଣ ହେବାକୁ ଯାଉଛି । ଜିଏସଟି ଲାଗୁ ପରେ ରାଜ୍ୟମାନଙ୍କୁ ହେଉଥିବା କ୍ଷତିର ଭରଣ କରୁଥିଲେ କେନ୍ଦ୍ର ସରକାର । ଏବେ ଏହି ଅବଧି ଶେଷ ହେବାକୁ ଯାଉଛି । ଫଳରେ ବଡ଼ ରାଜ୍ୟଙ୍କୁ ଏହାର ପ୍ରଭାବ ପଡ଼ିପାରେ । ଏଥିପାଇଁ ରାଜ୍ୟଙ୍କୁ ବିଭିନ୍ନ ସାମଗ୍ରୀ ଉପରେ ଟ୍ୟାକ୍ସ ଛାଡ଼ କରି ସ୍ଲାବ ସଂଖ୍ୟା କମ କରି ରାଜସ୍ୱ ବଢ଼ାଇବାକୁ ନୂଆ ଉପାୟ ଆପଣାଇବାକୁ ପଡ଼ିବ ।

Get real time updates directly on you device, subscribe now.