fbpx

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟ-୨୦ ମ୍ୟାଚରେ ବଦଳିପାରେ ପ୍ଲେଇଙ୍ଗ ୧୧: ରୋହିତ ନେଇ ପାରନ୍ତି ବଡ ନିଷ୍ପତ୍ତି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ଆସନ୍ତା କାଲି ଇଡେନ ଗାର୍ଡେନ୍ସରେ ଖେଳାଯିବ । ପ୍ରଥମ ମ୍ୟାଚରେ ବିଜୟ ସହ ୧-୦ରେ ସିରିଜରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ ଶେଷ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କଲେ ସିରିଜ ଉପରେ କବଜା କରିବ ରୋହିତ ସେନା । ତେଣୁ ବିଜୟ ଲକ୍ଷ୍ୟରେ ରୋହିତ ଦ୍ୱିତୀୟ ମ୍ୟାଚ ପାଇଁ ଏକ ବଡ ନିଷ୍ପତ୍ତି ନେଇ ପାରନ୍ତି । ପ୍ଲେଇଙ୍ଗ ଇଲେଭେନରେ ଦୁଇଟି ବଡ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଜାଣିବା ଦ୍ୱିତୀୟ ମ୍ୟାଚ ପାଇଁ କଣ ହୋଇପାରେ ଶ୍ରେଷ୍ଠ ଏକାଦଶ ।

West Indies Tour Of India 2022

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ରୋହିତ ଶର୍ମାଙ୍କ ସହ ବାମହାତୀ ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶାନ ପାଳି ଆରମ୍ଭ କରି ପାରନ୍ତି । ଯଦିଓ ଋତୁରାଜ ଗାଏକ୍ୱାଡ ଜଣେ ଭଲ ବିକଳ୍ପ ଭାବରେ ଦଳରେ ସାମିଳ ହୋଇଛନ୍ତି, ତେବେ ଇଶାନ ଏହି ମ୍ୟାଚ ଖେଳିବା ଏକ ପ୍ରକାର ନିଶ୍ଚିତ । ଏହାପରେ ତୃତୀୟ ସ୍ଥାନରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ଚତୁର୍ଥରେ ୱିକେଟ କିପର ଋଷଭ ପନ୍ତ, ପଞ୍ଚମ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିପାରେ । ତେବେ ଷଷ୍ଠ ସ୍ଥାନ ପାଇଁ ଏକ ପରିବର୍ତ୍ତନ ଆଣି ପାରନ୍ତି କ୍ୟାପଟେନ ରୋହିତ । ଅଲରାଉଣ୍ଡର ଭେଙ୍କଟେଶ ଅୟରଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଦୀପକ ହୁହ୍ଡାଙ୍କୁ ଦଳରେ ମୌକା ମିଳିପାରେ ବୋଲି କୁହାଯାଉଛି ।

India Predicted XI vs West Indies 1st T20: 'Kul-Cha' reunion likely, Rohit  expected to prefer Siraj over veteran pacer | Cricket - Hindustan Times

ଅନ୍ୟ ପକ୍ଷରେ ପେସ ଆଟାକରେ କୌଣସି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେନି ରୋହିତ ଶର୍ମା । ଭୁବନେଶ୍ୱର କୁମାର, ଦୀପକ ଚହର ଏବଂ ହର୍ଷଲ ପଟେଲଙ୍କ କାନ୍ଧରେ ଦ୍ରୁତ ବୋଲିଙ୍ଗର ଭାର ରହିବ । ତେବେ ଦ୍ୱିତୀୟ ପରିବର୍ତ୍ତନ ସ୍ପିନ ଆଟାକରେ ହୋଇପାରେ । ଯାହା ଏକ ବଡ ପରିବର୍ତ୍ତନ କୁହାଯାଉଛି । ପ୍ରଥମ ମ୍ୟାଚରେ ଡେବ୍ୟୁ କରିଥିବା ରବି ବିଷ୍ଣୋଇ ଦଳରେ ରହିବା ସୁନିଶ୍ଚିତ । କିନ୍ତୁ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଚାଇନାମ୍ୟାନ ବୋଲର କୁଳଦୀପ ଯାଦବଙ୍କୁ ଦଳରେ କମବ୍ୟାକ କରିବାର ସୁଯୋଗ ମିଳିପାରେ । ପ୍ରଥମ ମ୍ୟାଚରେ ସାମାନ୍ୟ ମହଭ୍ଗା ସାବ୍ୟସ୍ତ ହୋଇଥିଲେ ଚହଲ । ତେଣୁ ତାଙ୍କ ସ୍ଥାନରେ କୁଳଦୀପଙ୍କ ଖେଳାଇବା ପାଇଁ ଚିନ୍ତା କରି ପାରନ୍ତି ଭାରତର ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.